ମହାମାରୀକୁ ବିନାଶ କରିବାରେ ସହାୟକ ହେବ ଏହି ଖାସ ମନ୍ତ୍ର

ଚଳିତ ବର୍ଷ ୨୫ ମାର୍ଚ୍ଚରେ ଚୈତ୍ର କୃଷ୍ଣ ପକ୍ଷ ଦିନ ପ୍ରତିପଦ ପଡୁଛି। ଏହି ପ୍ରତିପଦରେ ନବରାତ୍ରିଙ୍କୁ ସ୍ଥାପନ କରାଯାଏ। ଏହି ଦିନରେ ନୂତନ ହିନ୍ଦୁ ବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ନବରାତ୍ରିର ଏହି ନଅଦିନ ବହୁତ ଧୁମଧାମରେ ପାଳନ କରାଯାଏ। କିନ୍ତୁ ବର୍ତ୍ତମାନ କରୋନା ଭାଇରସ କାରଣରୁ ଲୋକେ ବାହାରକୁ ବାହାରୁ ନାହାନ୍ତି, ଏଥିପାଇଁ ଆପଣ ଘରେ ହିଁ ଏହି ପର୍ବକୁ ପାଳନ କରିପାରିବେ ଆଉ ମାଙ୍କୁ ପୂଜା କରିପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଦୁର୍ଗା ସପ୍ତସତୀରେ କୁହାଯାଇଥିବା କିଛି ମନ୍ତ୍ର ଜଣାଇବୁ ଯାହା ଆପଣଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

ମହାମାରୀ ବିନାଶ ମନ୍ତ୍ର

ଜୟନ୍ତୀ ମଙ୍ଗଳା କାଳି ଭଦ୍ରକାଳୀ କପାଳିନୀ। ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ।

ବିପତ୍ତି ନାଶ ମନ୍ତ୍ର

ଶରଣଗତ ଦିନାର୍ତ ପରିତ୍ରାଣ ପରାୟଣେ। ସର୍ବସ୍ୟାର୍ତ୍ତେ ହରେ ଦେବୀ ନାରାୟଣୀ ନମସ୍ତୁତେ।

ଶତ୍ରୁ ବିନାଶ ମନ୍ତ୍ର

ସର୍ବବାଧା ପ୍ରଶମନ ତ୍ରିଲୋକ୍ୟ ସ୍ୟଖିଳେଶ୍ଵରୀ। ଏବମେବ ତ୍ୱୟା କାର୍ଯ୍ୟ ମସ୍ମଦ ବୈରୀ ବିନାଶନାମ।

ମୋକ୍ଷ ପ୍ରାପ୍ତି ମନ୍ତ୍ର

ତ୍ୱ ବୈଷ୍ଣବୋ ଶକ୍ତିରନନ୍ତବୀର୍ଯ୍ୟା ବିଶ୍ଵସ୍ୟ ବୀଜଂ ପରମାସୀ ମାୟା। ସମ୍ମୋହିତଂ ଦେବୀ ସମସ୍ତେମେତ ତ୍ୱଂ ବୈ ପ୍ରସନ୍ନା ଭୁବି ମୁକ୍ତି ହେତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.