Below header

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ । ପକ୍‌ସୋ କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟରେ ଉଭୟ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଘଟଣା ସମୟରେ ଅଭିଯୁକ୍ତ ମାନଙ୍କ ମୋବାଇଲ ଫୋନ ଗୋଟିଏ ଲୋକେସନରେ ଥିବା ଯୁକ୍ତି କରିଥିଲେ ପୀଡିତାଙ୍କ ଓକିଲ । ପୀଡିତା ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ବିପଦ ରହିଛି । ତେଣୁ ୪ ଅଭିଯୁକ୍ତଙ୍କୁ ଜାମିନ ଦିଆନଯାଉ ବୋଲି ଓକିଲ କହିଥିଲେ ।

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଦୁଇ କର୍ମଚାରୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା । ଲକ୍‌ଡାଉନ୍‌ ସମୟରେ ଇନଫୋସିଟି ଅଞ୍ଚଳର ୧୩ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ମା’ । ଓଟିଭିର ଦୁଇ କର୍ମଚାରୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ପୋଲିସ ସମେତ ୭ ଜଣଙ୍କ ନାଁରେ ଏତଲା ହୋଇଥିଲା । କମିଶନରେଟ ପୋଲିସ ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.