ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ପାଲଟିଲା ଉତ୍ତପ୍ତ ସହର
ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ବାଲେଶ୍ବରରେ ୪୦ ଟପିଲା ତାପମାତ୍ରା । ଦିନ ୧୧ଟା ୩୦ ସୁଦ୍ଧା ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ାରେ ୩୯.୫, ଚାନ୍ଦବାଲିରେ ୩୯.୧ ଓ କେନ୍ଦୁଝରରେ ୩୯ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ବାଲେଶ୍ବରରେ ୪୦ ଟପିଲା ତାପମାତ୍ରା । ଦିନ ୧୧ଟା ୩୦ ସୁଦ୍ଧା ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ାରେ ୩୯.୫, ଚାନ୍ଦବାଲିରେ ୩୯.୧ ଓ କେନ୍ଦୁଝରରେ ୩୯ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୪ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୨ଦଶମିକ ୬ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ପୁରୀରେ ୩୨ଦଶମିକ ୪, କେନ୍ଦୁଝରରେ ୩୧ଦଶମିକ ୨, ଝାରସୁଗୁଡ଼ା ଓ ଗୋପାଳପୁରରେ ୩୧ଦଶମିକ ୪, ହୀରାକୁଦରେ ୩୧ଡିଗ୍ରୀ, ପାରାଦୀପରେ ୩୦ଦଶମିକ ୮, ସମ୍ବଲପୁରରେ ୩୦ଦଶମିକ ୪ ଓ ରାଉରକେଲାରେ ୩୦ଡିଗ୍ରୀ ତାପମାତ୍ରା ରହିଥିଲା। ।
ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ୫ ଦିନ ଯାଏଁ ଗ୍ରୀଷ୍ଣ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା ଓ ଉଷ୍ମ ଏବଂ ଆଦ୍ର ପାଣିପାଗ ନେଇ ତିନିଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲିଠୁ ଆହୁରି ବଢିବ ଖରା।