ହାଇକୋର୍ଟରେ ସରକାରୀ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ୪୧୦ ଆସିଷ୍ଟାଣ୍ଟ ଏବଂ କ୍ଲର୍କ ପଦବୀ ଖାଲି

ଝାଡଖଣ୍ଡ ହାଇକୋର୍ଟ ଆସିଷ୍ଟାଣ୍ଟ କିମ୍ବା କ୍ଲର୍କରେ ୪୦୦ରୁ ଅଧିକ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଝାଡଖଣ୍ଡ ହାଇକୋର୍ଟର ଅଫିସିଆଲ ସାଇଟ jharkhandhighcourt.nic.in କୁ ଯାଇ ଆବେଦନ କରିପାରିବେ ।

ଝାଡଖଣ୍ଡରେ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଝାଡଖଣ୍ଡ ହାଇକୋର୍ଟ ଆସିଷ୍ଟାଣ୍ଟ କିମ୍ବା କ୍ଲର୍କରେ ୪୦୦ରୁ ଅଧିକ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଝାଡଖଣ୍ଡ ହାଇକୋର୍ଟର ଅଫିସିଆଲ ସାଇଟ jharkhandhighcourt.nic.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୧୦

ଜରୁରୀ ତାରିଖ : ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

ବୟସ ସୀମା : ଆସିଷ୍ଟାଣ୍ଟ କ୍ଲର୍କ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହେବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଝାଡଖଣ୍ଡ ହାଇକୋର୍ଟରେ ଏହି ଚାକିରି ପାଇଁ ସାଧାରଣ ବର୍ଗ/EWS/ବିସି-୧/ବିସି୨ ଶ୍ରେଣୀର ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ୧୨୫ ଟଙ୍କା ଦେବାକୁ ପଡିବ । ଆବେଦନ ଶୁଳ୍କ ଅନଲାଇନ ମୋଡ ମାଧ୍ୟମରେ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଝାଡଖଣ୍ଡ ହାଇକୋର୍ଟର ଅଫିସିଆଲ ୱେବସାଇଟ jharkhandhighcourt.nic.inକୁ ଯିବାକୁ ହେବ ।
ହୋମପେଜରେ ଭର୍ତ୍ତି ଟାବ୍‌କୁ କ୍ଲିକ କରନ୍ତୁ ।
ଏବେ କ୍ଲର୍କ/ସହାୟକ ଆବେଦନ ଲିଙ୍କରେ କ୍ଲିକ କରନ୍ତୁ ।
ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ ।
ଏହାପରେ ଶେଷରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.