ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା , ଏହାପରେ ଦେଖିବାକୁ ମିଳିବ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ୱେଷ୍ଟବେଙ୍ଗଲରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ୍‌ ରହିଛି। ଏହାର ପ୍ରଭାବରେ ମାର୍ଚ୍ଚ ୧୩ ତାରିଖରୁ ତିନିଦିନ ପର୍ଯ୍ୟନ୍ତ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ ।

rainମୁଖ୍ୟତଃ ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଘଡଘଡି ସାଙ୍ଗକୁ ହାଲାକା ପବନ ମଧ୍ୟ ବୋହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୯ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.