ଅସମ୍ଭାଳ ତାତିରେ ଜଳୁଛି ସାରା ରାଜ୍ୟ: ୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା, ବିଭିନ୍ନ ଜିଲ୍ଲାକୁ ହିଟୱେଭ୍‌ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ୍‌) : ୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା। ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଜଳୁଛି ପଶ୍ଚିମରୁ ଉପକୂଳ । ସବୁଠି ଅସମ୍ଭାଳ ତାତି । ଆଗକୁ ଆହୁରି ବଢିବ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ରହିଛି ବଲାଙ୍ଗିର । ୨୭ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୬ ସ୍ଥାନରେ ୪୨ ଓ ୮ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି ।

ଆସନ୍ତା ୪ରୁ ୫ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୯ ତାରିଖ ଯାଏ କିଛି ଜିଲ୍ଲାକୁ ଜାରି ହୋଇଛି ହିଟୱେଭ୍‌ ଓ୍ଵାର୍ଣ୍ଣିଂ । ଆଜି ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୭ରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ଅନୁଗୋଳ ଓ ବୌଦ୍ଧକୁ ଜାରି ହୋଇଛି ହିଟୱେଭ୍‌ ୟେଲୋ ଓ୍ଵାର୍ଣ୍ଣିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.