ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି, ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଭୋର ସମୟରେ କୁହୁଡି ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ।

ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି । ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.