Below header

ଲଗାଣ ବର୍ଷାରେ ବେହାଲ ଓଡିଶା

ଭୁବନେଶ୍ବର (କେନ୍ୟୁଜ୍) : ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ କୋଣାର୍କ ମନ୍ଦିର । ଆଜି ସକାଳୁ ସକାଳୁ ଲଗାଣ ବର୍ଷାରେ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ଫଳରେ ପର୍ଯ୍ୟଟକମାନେ ବୁଲି ନପାରି ନିରାଶ ହୋଇ ଫେରିଛନ୍ତି । ଜଳ ନିଷ୍କାସନର ସୁବିଧା ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ।

ଲଘୁଚାପ ଜନିତ ବର୍ଷାକୁ ନେଇ କଳାହାଣ୍ଡି ଜିଲ୍ଳା ବେହାଲ । ଜିଲ୍ଲାର ବିଭିନ୍ନ ବ୍ଳକରେ ବ୍ୟାପକ ଫସଲ ନଷ୍ଟ ସହ ଘର ଭାଙ୍ଗି ବହୁ କ୍ଷୟକ୍ଷତି ହୋଇଛି । ଗତ ୬ଥର ବନ୍ୟାରେ ହନ୍ତସନ୍ତ ହୋଇଗଲେଣି ଲୋକ । ଆଉ କିଛିଦିନ ପରେ ଜିଲ୍ଳାର ଗଣ ପର୍ବ ନୂଆଖାଇ । ହେଲେ ଲୋକଙ୍କ ମନରେ ଖୁସି ନଥିବାବେଳେ ଫସଲ ଚିନ୍ତାରେ ଘାରି ହେଉଛନ୍ତି ଚାଷୀ ।

ପାରାଦୀପରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ବନ୍ଦର କଲୋନୀ ସମେତ ବିଭିନ୍ନ ବସ୍ତିରେ ପାଣି ପଶିଛି। ଘର ଓ ଗଳି ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଫଳରେ ପିଲାଛୁଆ ଧରି ଲୋକମାନ ହଇରାଣ ହେଉଛନ୍ତି। ପାରାଦୀପଗଡ ପଞ୍ଚାୟତର ୮ଟି ୱାର୍ଡର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ପଣ୍ୟ କାରବାର ଉପରେ ମଧ୍ୟ ପ୍ରଭାବ ପଡିଛି।

ଦୁଇ ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଳା ଚାନ୍ଦବାଲିବାସୀ ବେହାଲ । ଲଗାଣ ବର୍ଷା ଯୋଗୁ ଲୋକଙ୍କ ଘରେ ପାଣି ପଶିଯାଇଛି । ଚାନ୍ଦବାଲି ସହ ଆଖପାଖ ୩୦ଟି ପଞ୍ଚାୟତରେ ବିଦ୍ୟୁତ ସେବା ଠପ୍ ହେବା ସହ ପିଇବା ପାଣି ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.