ଭିଭୋର ଦମଦାର ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ  

ନୂଆଦିଲ୍ଲୀ : ଅନେକ ଲିକ୍ ହେଲା ପରେ ଶେଷକୁ ଚାଇନିଜ୍ ସ୍ମାର୍ଟଫୋନ୍ ର୍ନିମାତା କମ୍ପାନି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ଭିଭୋ ବି୧୧ ପ୍ରୋ ଲଞ୍ଚ କରିଛି। ଦେଖିବାକୁ ଗଲେ ଭାରତ ବଜାରରେ କମ ମୂଲ୍ଯରେ ମିଳୁଥିବା ଇନ-ଡ଼ିସପ୍ଲେ  ଫିଙ୍ଗରପ୍ରିଂଣ୍ଟ ସେନ୍ସର ସ୍ମାର୍ଟଫୋନ୍ ମଧ୍ୟରେ ଏହାକୁ ଗଣା ଯାଉଛି। ଏଥିରେ ୬ଜିବି ରାମ୍ ଦିଆଯିବା ସହ ୱାଟର ନାଞ୍ଚ ଡ଼ିସପ୍ଲେ ମଧ୍ୟ ରହିଛି। ଖାଲି ସେତିକି ନୁହଁ ଡ଼ୁଆଲ ଇଂଞ୍ଜିନ୍ ଫାଷ୍ଟ ଚାଜିଂ ବ୍ଯବସ୍ଥା ମଧ୍ୟ ଦିଆଯାଇଛି।

ଭିଭୋ ବି୧୧ ପ୍ରୋ ମୋବାଇଲର ୬/୬୪ ଜିବି ବ୍ଯାରିଏଣ୍ଟର ମୂଲ୍ଯ ୨୫,୯୯୦ ଟଙ୍କା ରହିଛି। ଏହାକୁ ଡ଼େଜିଂ ଗୋଲ୍ଡ ଏବଂ ଷ୍ଟେରୀ ନାଇଟ୍ ବ୍ଲାକ୍ କଲରରେ ଲଞ୍ଚ କରାଯାଇଛି। ତେବେ ଫୋନକୁ ଆପଣ ଉଦ୍ଭୟ ଅନଲାଇନ୍ ଏବଂ ଅଫଲାଇନରେ କିଣି ପାରିବେ। ଆଜି ଠାରୁ ଏହାର ପ୍ରିବୁକିଂ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୨ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏହି ମୋବାଇଲକୁ କିଣୁଥିବା ସମୟରେ ଏଚଡ଼ିଏଫସି କାର୍ଡ଼ରେ ପେମେଣ୍ଟ କଲେ ୨୦୦୦ ଟଙ୍କା କ୍ଯାସବ୍ଯାକ୍ ଏବଂ ଜିଓ ତରଫରୁ ୪,୦୫୦ଟଙ୍କାର ଫାଇଦା ମିଳିବ।

vivo

ଏହି ସ୍ମାର୍ଟଫୋନର ଡ଼ିସପ୍ଲେ ୬.୪୧ ଇଞ୍ଚ ଫୁଲ ଏଚଡ଼ି ରହିଥିବା ବେଳେ ଏହାର ରିଜୋଲ୍ଯୁସନ୍ ୧୦୮୦X୨୩୪୦ ରହିଛି। ଏଥିରେ ଆନଡ଼୍ରୋଏଡ଼ ଓରିଓ ୮.୧ ରହିଥିବା ବେଳେ ୬୬୦ ଅକ୍ଟାକୋର ସ୍ନାପଡ଼୍ରାଗନ ପ୍ରୋସେସର ରହିଛି। ଏଥିରେ ୬ଜିବି ଷ୍ଟୋରେଜ୍ ୬୪ ଜିବି ରହିବା। ମୋବାଇଲର  ରିଅର କ୍ଯାମେରା ୧୨ ଏବଂ ୫ ମେଗାପିକ୍ସଲ ରହିଥିବା ବେଳେ ପ୍ରଣ୍ଟ କ୍ଯାମେରା ୨୫ ମେଗାପିକ୍ସଲ ରହିଛି। ଏହାର ବ୍ଯାଟେରୀ ୩୪୦୦ ଏମଏଏଚ୍ ବିଶିଷ୍ଟ ରହିଥିବା ବେଳେ ଡ଼ୁଆଲ ଇଞ୍ଜିନ୍ ଚାଜିଂ ସପୋର୍ଟ ସହ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.