Below header

ଟାଇଫୁନ୍ ପରେ ଭୂମିକମ୍ପ : ଜାପାନକୁ ଦୋହଲାଇଲା

ଟୋକିଓ : ୨୫ ବର୍ଷ ଭିତରେ ସବୁଠାରୁ ଭୟଙ୍କର ଝଡ଼ବାତ୍ୟା ପରେ ଏବେ ଭୂମିକମ୍ପ ଜାପାନର ଛାତି ଥରାଇ ଦେଇଛି । ଭୂମିକମ୍ପର ତୀବ୍ରତା ଥିଲା ୬.୭ । ଏହାର ପ୍ରଭାବରେ ଜାପାନର ଉତ୍ତର ଭାଗ ହୋକାଇଦୋ ଦ୍ବୀପରେ ପାହାଡ଼ରୁ ମାଟି ଧସିବାରେ ଲାଗିଛି ।

JAPAN EARTHQUAKE-2

ଜାପାନର ଦକ୍ଷିଣ-ପୂର୍ବ ଭାଗ ସାପୋରୋ ଠାରୁ ୬୨ କିମି ଦୂରବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଏହାଫଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି । । ୮ ଜଣଙ୍କର  ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା ସହ ରାସ୍ତା ବି କ୍ଷତିଗ୍ରସ୍ତ ହୋଇଛି । ସୁନାମି ସତର୍କତା ନଥିଲେ ମଧ୍ୟ ମାଟି ଧସିବା କାରଣରୁ ଶହ ଶହ ଘର ଦବି ଯାଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ । ଦୁଇ ଦିନ ତଳେ ଟାଇଫୁନ୍ ‘ଜେବି’ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

JAPAN EARTHQUAKE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.