ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଶେଷ କରି ଉପକୂଳବର୍ତ୍ତୀ ଜଲ୍ଲାଗୁଡ଼ିକରେ ଏହାର ଅଧିକ ପ୍ରଭାବ ପଡ଼ିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । ଆଜି ଅଧିକ ରହିବ ପ୍ରକୋପ । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଶେଷ କରି ଉପକୂଳବର୍ତ୍ତୀ ଜଲ୍ଲାଗୁଡ଼ିକରେ ଏହାର ଅଧିକ ପ୍ରଭାବ ପଡ଼ିବ । ଆଗାମୀ ୨୪ ଘଣ୍ଟାରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ।

ଏସବୁ ଜିଲ୍ଲାରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ । ଏଥିରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ଝଡ଼ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ରାଜ୍ୟର ସବୁ ସ୍ଥାନରେ ପଶ୍ଚିମା ଝଡ଼ର ପ୍ରଭାବରେ ବର୍ଷା ପବନ ହେବ । ଏଥିପାଇଁ ଅନ୍ୟ ୧୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତାକାଲି ପାଇଁ ୧୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୨ତାରିଖରୁ ପୁଣି ଏକ ପଶ୍ଚିମା ଝଡ଼ ଆସୁଛି । ଏହାର ପ୍ରଭାବରେ ୪ ତାରିଖରୁ ରାଜ୍ୟରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.