Below header

ଆମେ ଆମ ପୁଅ ବିନା ବଞ୍ଚି ପାରିବୁନି : ଦୁଇ ବର୍ଷ ପୂରିନି, ଦୁଇ ଦୁଇଟା ବଡ଼ ରୋଗ ଧରି ଡାକ୍ତରଖାନା ବୁଲୁଛି ଶିଶୁ ପୁତ୍ର

ବାଲେଶ୍ୱର (କେନ୍ୟୁଜ୍‌) : ରୋଗ ଯନ୍ତ୍ରଣା ଛଟପଟ ହୋଇ ଜୀବନ ମରଣ ସହ ଲଢ଼ୁଛି ୨୩ ମାସର ଶିଶୁଟିଏ। ବାପା ମା’ଙ୍କ ଉପରେ କଣ ବିତୁ ଥିବ। ନିଜ କଅଁଳ ପୁଅର ଜୀବନ ବଂଚାଇବାକୁ କାକୁତି ମିନତି ହେଉଛନ୍ତି ଏଇ ବାପା ମାଆ । ଗାଁ ଦାଣ୍ଡ, ମନ୍ଦିର ଅଗଣା ଆଉ ରାସ୍ତା ଘାଟ ଯୋଉଠି ଯାହାକୁ ଦେଖୁଛନ୍ତି ଆକୁଳ ନିବେଦନ କରିଛନ୍ତି । କିଏ ଟିକେ ପିଲାଟିକୁ ବଞ୍ଚାଇ ଦିଅନ୍ତୁ କହି ଗୋଡ଼ ତଳେ ପଡି ଯାଉଛନ୍ତି।

ଆଉ ଚାରି ଆଡୁ ମିଳୁଛି କେବଳ ନିରାଶ । ଏବେ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ଆସିଛନ୍ତି । କାଳେ ସରକାର୍ ଟିକେ ପିଲାର ମୁହଁକୁ ଚାହିଁବେ ସେ ବିଶ୍ବାସ ରଖିଛନ୍ତି। କେତେ କେତେ ମେଢ଼ କରି, ଭସାଣୀ କରି ଅନେକ ସଂସ୍ଥା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସବୁ ପିଲାକୁ ଦେଖାଇଛନ୍ତି । ସେହି ମାଆ ସାମ୍ନାରେ ନିଜ ଆୟୁଷକୁ ପିଲାକୁ ଟେକି ଦେଇଛି ଏଇ ମାଆଟି, ତଥାପି ଏକା ପଡ଼ି ଯାଇଛି ।

ଆମ ବାଲେଶ୍ୱର ପ୍ରତିନିଧି ଆଶୁତୋଷ ମଲ୍ଲିକଙ୍କ ନଜରକୁ ଆସିଥିଲେ ଏହି ଅସହାୟ ବାପା ମା । କଣ ହେଇଛି ପଚାରିବାରୁ ସେ ପିଲାଟି ବିଷୟରେ ଯାହା କହିଲେ, ମାନନ୍ତୁ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ ଆମ ପ୍ରତିନିଧି । ପିଲାଟିକୁ ଧରିଥିବା ଏହି ଦମ୍ପତି ହେଉଛନ୍ତି ରେମୁଣା ବ୍ଲକ ତାଳପଦା ଗାଁର ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ପତ୍ନୀ ସଂଜୁଲତା ବିଶ୍ୱାଳ। ନିଜ ପୁଅକୁ ଧରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ୨୩ ମାସର ଶିଶୁ ପୁତ୍ରଟି ଜଟିଳ ହୃଦରୋଗ ଏବଂ ଲିଭର ରୋଗରେ ପୀଡ଼ିତ ହୋଇଛି।

BOY-2

ଥମେ ଶିଶୁଟିର ପରିସ୍ରା ଜନିତ ସମସ୍ୟା ଦେଖା ଯିବାରୁ ତାକୁ କଟକରେ ଚିକିତ୍ସା କରାଇବା ପରେ ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଥିପାଇଁ ଡାକ୍ତର କହିଥିଲେ ଅପରେସନ କରିବାକୁ । ଏତେ ଛୋଟ ପିଲାଟିକୁ ଭଲ କରିବା ପାଇଁ ବାପା ମା ଜମି ବାଡି ବିକି ଯାହା ପାଖରେ ସମ୍ବଳ ଥିଲା ସବୁ ସାରି ଅପରେସନ କରାଇଲେ । ହେଲେ ଦଇବ ଆହୁରି ଦାଉ ସାଧୁଛି ଅପରେସନ୍‌ର କିଛି ଦିନ ପରେ ପୁଣି ଶିଶୁଟିର ଯକୃତ ଜନିତ ସମସ୍ୟା ଦେଖା ଦେଇଛି ।

ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ପିଲାର ଅପରେସନ ବି କରାଇଛନ୍ତି ବାପା । ହେଲେ ଏତିକିରେ ସେମାନଙ୍କର ଦୁଃଖ ସରିନି କି ପୁଅର କଷ୍ଟ କମୁନି । ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି । ପୁଅକୁ ବଞ୍ଚାଇବାକୁ ହେଲେ ପୁଣି ଅପରେସନ ଦରକାର ବୋଲି ଡାକ୍ତର କହୁଛନ୍ତି । ହେଲେ ବାପା ମାଆଙ୍କ ଅଣ୍ଟିରେ ଟଙ୍କାଟିଏ ନାହିଁ। ଅପରେସନ୍‌ କରିବେ ବା କେମିତି ?

ଗୁଜରାଟରେ କାମ କରି ବାପା ସୁଶାନ୍ତ ପରିବାର ଚଳାଉ ଥିଲେ । ଜନ୍ମ ହେବା ପରେ ପୁଅର ଦେହ କଥା ଶୁଣି ଚାକିରି ଛାଡ଼ି ଗାଁକୁ ପଳାଇ ଆସିଥିଲେ । ହେଲେ ପିଲାର ଅବସ୍ଥା ଦେଖି ସେ ଆଉ ଗୁଜରାଟ ଫେରି ପାରିଲେନି । ଏଇଠି ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଯାହା ସଞ୍ଚୟ ଥିଲା ସବୁ ସାରି ଦେଲେଣି । କେମିତି ପୁଅକୁ ଭଲ କରିବେ ଏବେ ସେଇ ଚିନ୍ତାରେ । ସବୁ ଚିକିତ୍ସା ପରେ ବି ଭଲ ହେଉନି ପୁଅ । ତେଣୁ ବାପା-ମା ଭାଙ୍ଗି ପଡିଛନ୍ତି। ତଥାପି ନିଜେ ବିକ୍ରି ହୋଇଯିବାକୁ ପଛାଉ ନାହାଁନ୍ତି ।

ପିଲାଟି ପାଇଁ ସାହାଯ୍ୟ କରିବାକୁ ଯେଉଁମାନେ ଚାହୁଁଛନ୍ତି ଏହି ନମ୍ବରରେ ଯୋଗାଯୋଗ କରନ୍ତୁ । ଏଠାରେ ତାଙ୍କ ମା’ଙ୍କ ବ୍ୟାଙ୍କ୍ ଡିଟେଲସ୍‌ ଦିଆଯାଇଛି ।

ଫୋନ୍ _୬୩୫୩୨୪୭୩୬୭ (PHONE-6353247367)
ସଞ୍ଜୁଲତା ବିଶ୍ୱାଳ
SANJULATA BISWAL
Ac no- 36930647590
IFS CODE- SBIN0007980

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.