ସୁଦୂର ଫ୍ରାନ୍ସର ଓଡ଼ିଶାକୁ ଲମ୍ବିଲା ସହାୟତାର ହାତ, ଫନିର ମୁକାବିଲା ପାଇଁ ନିବେଦନ କଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ମାହିନା ଖାନମ୍‌

ଭୁବନେଶ୍ବର (କେନ୍ୟୁଜ୍) : ବାତ୍ୟା ଫନିରେ ଓଡିଶାର ବହୁତ କ୍ଷୟକ୍ଷତି ହୋଇଛି। ବହୁତ ଧନ ଜୀବନ ନଷ୍ଟ ହୋଇଛି। ଏଥିପାଇଁ ସମସ୍ତେ ଓଡିଶାର ପୁନର୍ଗଠନ ପାଇଁ ସହାୟତାର ହାତ ବଢ଼ାଉଛନ୍ତି। ଦେଶର କୋଣ ଅନୁକୋଣ ଏବଂ ବିଦେଶରୁ ମଧ୍ୟ ସହାୟତା ରାଶି ଆସୁଛି ରାଜ୍ୟକୁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଠାଯାଉଛନ୍ତି ଲୋକେ ।
ଭାରତ ପ୍ରତି ଏବଂ ଓଡ଼ିଶା ପ୍ରତି ସ୍ନେହ ଶ୍ରଦ୍ଧା ଥିବା ଅନେକ ପ୍ରବାସୀ ଭାରତୀୟ ବିଦେଶରୁ ସହାୟତା ପଠାଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଓଡ଼ିଶାକୁ ସହାୟତା କରିବା ଲାଗି ସୋସିଆଲ ମିଡିଆରେ ନିବେଦନ ମଧ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଫ୍ରାନ୍ସରେ ରହୁଥିବା ଜଣେ ପ୍ରଭାବସୀ ଭାରତୀୟ ନୃତ୍ୟଶିଳ୍ପୀ ମାହିନା ଖାନମ୍‌। ସେ ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର। ମାହିନା ଏହି ବିପତ୍ତି ବେଳେ ଓଡ଼ିଶାର ଲୋକଙ୍କର ସାହସ ବଢ଼ାଇବା ପାଇଁ ଉତ୍ସାହିତ କରୁଛନ୍ତି। ସୁଦୂର ଫ୍ରାନ୍ସରୁ ନିଜ ବନ୍ଧୁମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ଓଡିଶାର ପୁନର୍ଗଠନରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି। ଫନିର ଦୁର୍ଦ୍ଦଶାରେ ଡରି ନଯାଇ ମୁକାବିଲା କରିବାକୁ ମାହିନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.