Below header

କେନ୍ୟୁଜରେ ପ୍ରଭାବ: ଖବର ପ୍ରସାରଣ ପରେ ଅସହାୟ ମହିଳାଙ୍କୁ ମିଳୁଛି ସହାୟତା, ୨୪ ଘଣ୍ଟାରେ ଘର କରିବାକୁ ପ୍ରତିଶୃତି ଦେଇଛନ୍ତି ସ୍ଵେଚ୍ଛାସେବୀ ଅନୁଷ୍ଠାନ

ଆନନ୍ଦପୁର(କେନ୍ୟୁଜ୍): କେନ୍ୟୁଜରେ ଖବର ପ୍ରସାରଣ ପରେ ମହିଳାଙ୍କୁ ମିଳୁଛି ସହାୟତା। ୨୪ ଘଣ୍ଟାରେ ଘର କରିବାକୁ ପ୍ରତିଶୃତି ଦେଇଛନ୍ତି ସ୍ଵେଚ୍ଛାସେବୀ ଅନୁଷ୍ଠାନ। ଚଳିତ ମାସ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ମନୋହରପୁର ଗାଁର ମମତା ଦାସ ନାମକ ଜଣେ ମହିଳା ଅଭାବ ଅନାଟନ ରେ ପଡ଼ି ନିଜ ଜନ୍ମିତ ୩ ମାସର ଶିଶୁ କନ୍ୟା କୁ ଘର ଘର ବୁଲି ବିକ୍ରି କରିବାକୁ ମୂଲଚାଲ କରୁଥିବା ଭଳି ହୃଦୟବିଦାରକ ଖବର କେନ୍ୟୁଜରେ ପ୍ରଥମେ ପ୍ରକାଶ ପାଇଥିଲା। ମହିଳା ଜଣକ ନିଜ ସ୍ଵାମୀ ଆଉ ଶାଶୁଙ୍କୁ କିଛି ମାସ ତଳେ ଅଂଶୁଘାତରେ ହରାଇଥିଲେ। ମହିଳା ଜଣକର ଆଧାର କାର୍ଡ କିମ୍ବା ରାସନ୍ କାର୍ଡ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଯାପନ କରୁଥିଲେ।

ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ସମେତ ଅନେକ ସ୍ବେଛାସେବୀ ସଂଗଠନ ମହିଳାଙ୍କ ଘର ନିକଟରେ ପହଁଚି ଯଥାସାଧ୍ୟ ସହଯୋଗ କରୁଥିବା ବେଳେ ତାଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଆଜି ଶିବଶକ୍ତି ସୋସିଆଲ ଡେଭ୍ଲପର ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଓ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ମହିଳାଙ୍କ ନିକଟରେ ପହଞ୍ଚି ୨୪ ଘଣ୍ଟା ଭିତରେ ଘର କରିବାର ନିଷ୍ପତି ନେବା ସହିତ ଘର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥି ସହିତ ଛୁଆଟି ୧୮ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତିମାସ ହଜାର ଟଙ୍କା ଲେଖାଏଁ ଦେବାର ପ୍ରତିଶୃତି ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାପରିଷଦ ସଦସ୍ୟ ତୁରନ୍ତ କିଭଳି ମହିଳା ଜଣକ ସମସ୍ତ ସରକାରୀ ଯୋଜନାରେ ସାମିଲ ହୋଇପାରିବେ ସେଥିନେଇ ପ୍ରୟାସ କରିବାର ପ୍ରତିଶୃତି ଦେବା ସହ କେନ୍ୟୁଜକୁ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.