ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ: ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ଲକ୍ଷ ଜବତ

ମାଲକାନଗିରି(କେନ୍ୟୁଜ): ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ। ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢଉରେ ଜବତ ହୋଇଛି ଆଖି ଟେରା କରିବା ଭଳି ସମ୍ପତ୍ତି। ଆଶିଷଙ୍କ ଘରୁ ନଗଦ ଏକ କୋଟି ୩୬ଲକ୍ଷ ନଗଦ ଟଙ୍କା ସହ ଏକ କିଲୋ ୨ଶହ ଗ୍ରାମ ସୁନା ଓ ୪କୋଟିର ଡିପୋଜିଟ ଠାବ ହୋଇଛି।

୪ର୍ଥ ଦିନରେ ବି ଭିଜିଲାନ୍ସ ଚଢଉ ଜାରି ରହିଛି। ଆଶିଷ ଦାସଙ୍କ ଘର ଓ ଅଫିସ ସହ କଟକ ଜିଲ୍ଲା ତ୍ରିଶୁଳିଆର ବେଲଗାଛିଆ ଠାରେ ଚଢଉ ଜାରି ରହିଛି। ବିଭିନ୍ନ ଇନ୍‌ସୁରାନ୍‌ସ ଓ ଫିକ୍ସ ଡିପୋଜିଟ ୪ କୋଟି ଟଙ୍କାର ଥିବା ଜଣାପଡିଛି। ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାଁରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି। ଏଲଆଇସି ଓ ମାକ୍ସ ଲାଇଫ ଇନ୍ସୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେନ୍ଦୁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି।

ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ୨୧ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ। ଏହାସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଜାଣି ପାରିଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.