Below header

ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍, ବର୍ତ୍ତମାନ ୧୫ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର(କେନ୍ଯୁଜ୍): ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ୫ଟି ଗେଟ ବନ୍ଦ କରିଛନ୍ତି। ବର୍ତ୍ତମାନ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୫.୩୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୨ ଲକ୍ଷ ୯୨ ହଜାର ୪୫୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି। ଅନ୍ଯପଟେ ମହାନଦୀରେ ଜଳସ୍ତର ମଧ୍ୟ ବେସ୍ କମିଯାଇଛି। ଯାହାଫଳରେ ନଦୀକୂଳିଆ ଓ ତାଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କୁ ବେସ ଆସ୍ବସ୍ତି ଆଣିଦେଇଛି। ତଳ ମୁଣ୍ଡରେ ମଧ୍ୟ ବର୍ଷା ନଥିବାରୁ ପ୍ରଶାସନର ମଧ୍ୟ ଅନେକ ଚିନ୍ତା କମିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.