ଗଜପତି(କେନ୍ଯୁଜ୍) : ବାର୍ହା ଫାଶରେ ପଡି ହୋମଗାର୍ଡ ମୃତ। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କଦମଚୁଆ ଗାଁର ମାଧବ ନାୟକ। ଗତକାଲି ମାଧବ ଶୀକାର ପାଇଁ କାଳିଆପଟ୍ଟା ଜଙ୍ଗଲକୁ ଯାଇଥିବା ଅଭିଯୋଗ ହୋଇଛି। ସେଠାରେ ଥିବା ମକାକ୍ଷେତରେ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ତିଆରି ଫାଶରେ .ସେ ଫଶି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। .ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।