ବର୍ଷା ବିତ୍ପାତ ଓ ବରଫ ପାତରେ ବେହାଲ ସାରା ଉତ୍ତର ଭାରତ

ଜମ୍ମୁ : ବର୍ଷା ବିତ୍ପାତରେ ବେହାଲ ସାରା ଉତ୍ତର ଭାରତରେ । ଲଗାଣ ବର୍ଷାରେ ଜମ୍ମୁ-କାଶ୍ମୀର, ପ଼ଞ୍ଜାବ, ହିମାଚଳପ୍ରଦେଶ ଓ ହରିୟାଣାରେ ସ୍ଥିତି ସାଙ୍ଘାତିକ ହୋଇପଡିଛି । ଉତ୍ତର ଭାରତରେ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହେଲାଣି । କିଛି ସ୍ଥାନରେ ଭୂସ୍ଖଳନ ଘଟି ରାସ୍ତା ବନ୍ଦ ହୋଇଯାଇଛି । ପଞ୍ଜାବରେ ରେଡ୍‌  ଆଲର୍ଟ ଘୋଷଣା କରାଯିବା ସହ ଆଜି ଦିନକ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପାଣିପାଗ ବିଭାଗର ସତର୍କ ସୂଚନା ପରେ ଲୋକଙ୍କୁ ଘରୁ ନବାହିରବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚଣ୍ଡିଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢିଯାଇଛି।

punjab flood

ହିମାଚଳରେ ବରଫ ପାତ, ଟ୍ରେକିଂରେ ଯାଇଥିବା ୩୫ ଛାତ୍ର ଛାତ୍ରୀ ନିଖୋଜ

ଏପଟେ କୁଲୁ ମନାଲିରେ ବରଫପାତ ହୋଇ ୩୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି। ଫଶି ରହିଥିବା ୧୯ଜଣଙ୍କୁ ଉଦ୍ଧାର କରିଛି ଏୟାରଫୋର୍ସ । ସେହିପରି ଚମ୍ବାର ଏକ ସରକାରୀ ସ୍କୁଲରେ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଫଶି ରହିଛନ୍ତି। ତାଙ୍କ ସହ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

snow IN HIMACHALA

ହିମାଚଳ ପ୍ରଦେଶର ଲାହଉଲ ପାର୍ବତ୍ୟ ଅଞ୍ଚଳକୁ ଟ୍ରେକିଂରେ ଯାଇଥିବା ରୁରକି ଆଇଆଇଟିର ୩୫ ଜଣ ଛାତ୍ରଙ୍କ ସମେତ ୪୫ ଜଣ ପର୍ବତାରୋହୀଙ୍କର କିଛି ଖୋଜ ଖବର ମିଳୁନାହିଁ । ସେମାନେ ହାମତା ପାସ୍ ଅଞ୍ଚଳକୁ ଯାଇଥିଲେ । ସେଠାରୁ ମନାଲି ଫେରିବା କଥା ବୋଲି ଜଣେ ନିଖୋଜ ଛାତ୍ରଙ୍କ ଅଭିଭାବକ କହିଛନ୍ତି । କୁଲୁରେ ବ୍ୟାପକ ଭାବେ ଘର ଭାଙ୍ଗିଛି । ପ୍ରାୟ ୨୦ କୋଟି ଟଙ୍କାର କ୍ଷତି ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.