Below header

ଚାର୍ଜସିଟ୍‌ ଆଧାରରେ କାର୍ଯ୍ଯାନୁଷ୍ଠାନ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ଧର୍ତ୍ତବ୍ୟ  ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ହେଲେ ଜଣେ ନିର୍ବାଚନ ଲଢି ପାରିବେ କି ନାହିଁ ? ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି କେବଳ ଚାର୍ଜସିଟ୍‌ ଆଧାରରେ କାର୍ଯ୍ଯାନୁଷ୍ଠାନ ହୋଇପାରିବ ନାହିଁ । ନିର୍ବାଚନ ଲଢିବା ଉପରେ ମଧ୍ୟ ରୋକ୍‌ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ୱେବସାଇଟ୍‌ରେ ନେତାଙ୍କ ଅପରାଧିକ ରେକର୍ଡ ଦଳ ପକ୍ଷରୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଡି ରହିଥିବା ମାମଲାର ତଥ୍ୟ ଦେବାକୁ ପ୍ରାର୍ଥୀ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପାର୍ଲାମେଣ୍ଚ ଉପରେ ନିଷ୍ପତ୍ତି ଦାୟିତ୍ୱ ଛାଡିଛନ୍ତି କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.