ପିତୃପୁରୁଷ ଆପଣଙ୍କ ଶ୍ରାଦ୍ଧରେ ପ୍ରସନ୍ନ ଅଛନ୍ତି କି ନା ଜଣାଇଥାଏ ଏହି ୫ ସଙ୍କେତ, ପଢନ୍ତୁ ଏବଂ ସେୟାର୍ କରନ୍ତୁ  

ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ  । ବିଶ୍ବାସ ରହିଛି, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି, ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ କୁହାଯାଇଛି ପିତୃପକ୍ଷରେ ପିତୃ ପୁରୁଷମାନେ ବିଭିନ୍ନ ରୂପରେ ଆସି ଶ୍ରାଦ୍ଧ ଗ୍ରହଣ କରିଥାନ୍ତି । କୌଣସି ପଶୁ ରୂପରେ ମଧ୍ୟ ସେମାନେ ଆସିଥାନ୍ତି । ତେଣୁ ଘରକୁ ଆସୁଥିବା ଭିକାରୀ କିମ୍ବା କୌଣସି ପଶୁପକ୍ଷୀଙ୍କୁ ମଧ୍ୟ ଭୋଜନ ଦାନ କରିବା ଉଚିତ । ତେବେ କେମିତି ଜାଣିବେ ଆପଣ ପିତୃପୁରୁଷ ଶ୍ରାଦ୍ଧରେ ପ୍ରସନ୍ନ ହୋଇଛନ୍ତି କି ନାହିଁ । ନଜର ପକାନ୍ତୁ ଏହି ସଙ୍କେତ ଉପରେ ।

sradha

  • ଯେତେବେଳେ ପିତୃପକ୍ଷ ଚାଲଥାଏ ସେତେବେଳେ ହଠାତ୍ ଆପଣଙ୍କୁ ଧନପ୍ରାପ୍ତି ହୋଇଥାଏ । ଅଟକିଯାଇଥିବା କାମ ପୁରା ହେବା ସହ ନୂଆ କାମ ମଧ୍ୟ ମିଳିଥାଏ । ଏଭଳି ଆପଣଙ୍କ ସହ ହେଉଥିଲେ ଜାଣନ୍ତୁ ପିତୃପୁରୁଷ ପ୍ରସନ୍ନ ହୋଇଛନ୍ତି ।
  • ଯଦି ଆପଣଙ୍କ କୌଣସି କାମ ଅଟକି ଯାଇଛି ହୋଇପାରୁନି ତେବେ ପିତୃପକ୍ଷଙ୍କୁ ସ୍ମରଣ କରନ୍ତୁ । ଯଦି ସଫଳ ହେଉଛନ୍ତି ତାହାଲେ ପିତୃପୁରୁଷଙ୍କ କୃପା ରହିଛି ।

ଏହା ସହ ପଢନ୍ତୁ ଏମିତି ଥିଲେ ଜଣେ ରସିକିଆ ରାଜା, ଯାହାଙ୍କର ଥିଲେ ୩୬୫ ରାଣୀ, ଲଣ୍ଠନ ଲଭିଲେ ସେହି ରାଣୀ ରାତିକ ପାଇଁ ତାଙ୍କର

  • ସ୍ବପ୍ନରେ ଯଦି କୌଣସି ପିତୃପୁରୁଷ ଦେଖାଦିଅନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ ପିତୃପୁରୁଷ ପ୍ରସନ୍ନ ଅଛନ୍ତି ।
  • ସେହିପରି ସ୍ବପ୍ନରେ ସାପ ଦେଖାଯାଉଛି କିନ୍ତୁ ଆପଣ ସାପକୁ ଭୟ ନକରି ଖୁସି ହେଉଛନ୍ତି ତାହେଲେ ଏହା ପିତୃପୁରୁଷ ପ୍ରସନ୍ନ ରହିବାର ସଙ୍କେତ ।
  • ଅମାବାସ୍ଯାରେ କ୍ଷତି ହେବା ପରିବର୍ତ୍ତେ ଯଦି କୌଣସି ବିଶେଷ ଲାଭ ମିଳିଥାଏ ତେବେ ଜାଣନ୍ତୁ ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

ପିତୃପକ୍ଷରେ କଣ କରିବେ ନାହିଁ

pitrupaksha

  • ବ୍ରହ୍ମଚର୍ଯ୍ୟ ପାଳନ କରିବେ ।
  • ନିଶ, ଦାଢ଼ି ଓ ବାଳ କିମ୍ବା ନଖ କାଟିବେ ନାହିଁ ।
  • ଲୁହାର ବାସନ କୁସନ ବ୍ୟାବହାର କରନ୍ତୁ ନାହିଁ ।
  • କୌଣସି ବ୍ୟକ୍ତି ହେଉ କିମ୍ବା ପଶୁ ପକ୍ଷୀଙ୍କୁ ହତାଦର କରନ୍ତୁ ନାହିଁ ।
  • କାହା ସହିତ ଝଗଡ଼ା କରନ୍ତୁ ନାହିଁ । ସବୁ ବେଳେ ଶାନ୍ତ ମନରେ କାମ କରନ୍ତୁ ।
  • ଦ୍ବିପହର ସମୟରେ ନିଜେ ଭୋଜନ କରିବା ସହ ବ୍ରାହ୍ମଣ ଭୋଜନ ମଧ୍ୟ କରାନ୍ତୁ ।
  • ମଦ, ମାଂସ, ଯେକୌଣସି ପ୍ରକାର ନିଶା ଠାରୁ ଦୂରେଇ ରୁହନ୍ତୁ ।
  • ବାସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା କାହାକୁ ଖାଇବାକୁ ଦିଅନ୍ତୁ ନାହିଁ ।
  • ଏହି ସମୟରେ କୌଣସୁ ନୂତନ ବସ୍ତୁ କିମ୍ବା ଘର କି ଯାନବାହନ କିଣନ୍ତୁ ନାହିଁ ।
  • ଏହି ପକ୍ଷରେ ଶ୍ମଶାନ ଆଦି ସ୍ଥାନକୁ ଏକାକୀ ଯାଆନ୍ତୁ ନାହିଁ । ଦୁଷ୍ଟଆତ୍ମାମାନେ ଏହି ସମୟରେ ଆକ୍ରମଣ କରିବାର ଏବଂ ତାନ୍ତ୍ରିକମାନେ ଗୁଣିଗାରେଡ଼ି କରିବାର ନଜିର ରହିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.