ସୁଷମା ସ୍ବରାଜଙ୍କୁ ଟ୍ରମ୍ପ୍ କହିଲେ ‘ଆଇ ଲଭ୍ ଇଣ୍ଡିଆ’

ନ୍ୟୁୟର୍କ : ଜାତିସଂଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଭେଟିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ । କେଇ ମୁହୂର୍ତ୍ତର କଥାବାର୍ତ୍ତା ଭିତରେ ଟ୍ରମ୍ପଙ୍କ ସନ୍ଦେଶ ଥିଲା ‘ଆଇ ଲଭ୍ ଇଣ୍ଡିଆ’ । ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ଗଭୀର ସମ୍ମାନ ଜଣାଇ ଦେବେ ।

sushma-trump

ସାରା ବିଶ୍ବରେ ନିଶା କାରବାର ରୋକିବାକୁ ସୋମବାର ଦିନ ଜାତିସଂଘରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ଅବସରରେ ଟ୍ରମ୍ପ ଓ ସୁଷମାଙ୍କ ମଧ୍ୟରେ କିଛି ସମୟ ଧରି ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ହୋଇଥିଲା । ବୈଠକ ପରେ ଟ୍ରମ୍ପ ମଞ୍ଚରୁ ଓହ୍ଲାଇଥିଲେ । ସେତିକି ବେଳେ ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲୀ ଟ୍ରମ୍ପଙ୍କ ସହ ସୁଷମାଙ୍କ ପରିଚୟ କରାଇ ଦେଇଥିଲେ । ସୁଷମା କହିଥିଲେ ଆପଣଙ୍କ ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭଚ୍ଛୋ ବାର୍ତ୍ତା ମୁଁ ଆଣିଛି । ତାର ଉତ୍ତରରେ ଟ୍ରମ୍ପ କହିଥିଲେ ମୁଁ ଭାରତକୁ ଭଲ ପାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.