ମାନବିକତା ଆଗରେ ହାର ମାନିଲା ଲୋଭ, ୫ ଭରି ଓଜନରୁ ସୁନା ଚେନ ପାଇ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇଲେ ଚୂଡ଼ି ଦୋକାନୀ ମାଲିକ

ଭଦ୍ରକ(କେନ୍ୟୁଜ୍):  ମାନବିକତା ଠାରୁ ଦୁନିଆରେ ବଡ଼ ଆଉ କିଛି ନାହିଁ। ଏହାର ଜ୍ବଳନ୍ତ ଉଦାହାରଣ ସାଜିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବେତଡା ବଜାରରେ ଥିବା ଚୂଡ଼ି ଦୋକାନୀ ମାଲିକ ଲମ୍ବୋଦର ପାଣିଗ୍ରାହୀ । ରାସ୍ତାରୁ ପାଇଥିବା ୫ ଭରି ଓଜନର ସୁନା ଚେନକୁ  ହଜାଇଥିବା ଲୋକଙ୍କୁ ଫେରାଇ ନିଜ ମହାନତାର ପରିଚୟ ଦେଇଛନ୍ତି ଲମ୍ବୋଦର  ।

gold chain

ପ୍ରସାଦ ପ୍ରାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ପ୍ରାତଃଭ୍ରମଣରେ ଆସିଥିଲେ। ସେ ଗୁରୁବାର ରାତିରେ ଶୋଇଥିବା ବେଳେ ବେକରୁ ଚେନକୁ କାଢି ନିଜ ଜ୍ୟାକେଟ ପକେଟରେ ରଖି ଦେଇଥିଲେ । ପରଦିନ ସକାଳ ଭ୍ରମଣରେ ଆସିଥିବା ବେଳେ ଅଜାଣତରେ ବାଟରେ ଚେନଟି ଜ୍ୟାକେଟ ପକେଟରୁ ଗଳି ପଡିଥିଲା । ହେଲେ ବହୁତ ଖୋଜା ଖୋଜି କରି ପାଇନଥିଲେ।

ଚେନଟିକୁ ସେହି ଗ୍ରାମର ଶୁଭଶ୍ରୀ ଚୁଡି ମହଲର ମାଲିକ ଲମ୍ବୋଦର ପାଣିଗ୍ରାହୀ ସକାଳେ ବେତଡା ବଜାରରେ ଥିବା ନିଜର ଦୋକାନ ଖୋଲିବାକୁ ଆସୁଥିବା ବେଳେ ବାଟରେ କୁଳି ପୋଖରୀ ଛକରୁ ପାଇଥିଲେ ।  ପ୍ରସାଦଙ୍କ ଚେନ ହଜିଥିବାର ଖବର ପ୍ରଚାର ପ୍ରସାର ହେବା ପରେ ଲମ୍ବୋଦର ଗଣ ମାଧ୍ୟମ ସାମ୍ନାରେ ପ୍ରସାଦଙ୍କୁ ଚେନଟିକୁ ହସ୍ତାନ୍ତର କରିଛନ୍ତି । .ଚେନ ଟିକୁ ପାଇ ପ୍ରସାଦ ଲମ୍ବୋଦରଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଥିଲେ। ଲମ୍ବୋଦରଙ୍କ ଏହି ମହାନ କାମ ପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.