ଢେଙ୍କାନାଳ: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୩ ମଦ ମାଫିଆ ଗିରଫ

କାମାକ୍ଷାନଗର(କେନ୍ୟୁଜ୍):ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗ ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୁରେଶ ବେହେରା ଏବଂ ରୋଡ଼ ଗାଁର ପାଣ୍ଡବ ପୃଷ୍ଟି ।

ପାଣ୍ଡବ ନିଜେ ନକଲି ବିଦେଶୀ ମଦ ତିଆରି କରି ଅନ୍ତର୍ଯ୍ୟାମୀକୁ ନକଲି ମଦ ଯୋଗାଇ ଆସୁଥିଲା ।ପାଣ୍ଡବ ନକଲି ମଦ ତିଆରି କରି ଅଞ୍ଚଳରେ ବିଭିନ୍ନ ଅସାଧୁ ବ୍ୟବସାୟୀକୁ ଯୋଗାଇ ଆସୁଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି ।ସେହିପରି ଲୋଧଣୀ ଗାଁର ସୁରେଶ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୋଲିସ । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.