ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

ନବରଙ୍ଗପୁର(କେନ୍ୟୁଜ୍) : ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ । ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର । କୋଡିଙ୍ଗା ଏବଂ ସାନ ମସିଗାଁ ଯିବା ରାସ୍ତାରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ଏହି ସମୟରେ ଜିଲ୍ଲାପାଳ ସେହି ରାସ୍ତା ଦେଇ ଯାଉଥିଲେ । ଯୁବକଙ୍କୁ ଏମିତି ଅବସ୍ଥାରେ ଦେଖି ଗାଡ଼ି ଅଟକାଇ ଅଟୋ ସାହାଯ୍ୟରେ ଗୁରୁତର ଯୁବକଙ୍କୁ ନିଜେ ସାନ ମସିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏହା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଗୁରୁତର ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଭାଟିଗାଁର ଗୋବିନ୍ଦ ମାଝୀ । ପରିବା ବିକ୍ରି କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.