କୂଅରୁ ବାହାରୁଛି ଶହ ଶହ ଲିଟରର ଡିଜେଲ, ଚକିତ ମାଲିକ

କୂଅରେ କଣ ପଡି ଯାଇଛି ବା କିଏ ରାଗରେ କଣ ପକାଇ ଦେଇଥିବା ଭାବି ମାଲିକ କୂଅକୁ ୩ ମାସ ହେବ ଘୋଡାଇ ରଖିଥିଲେ, ତେବେ ପରେ ସେ କୂଅରୁ ସବୁ ପାଣି ବାହାର କରିଦେଇଥଲେ । ଏବେ ପୁଣି ଦୈନନ୍ଦିନ ବ୍ୟବହାର ପାଇଁ ପାଣି କାଢ଼ିବାରୁ ପୁଣି ପାଣି ବଦଳରେ ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ ।

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): କୂଅରୁ ବାହାରୁଛି ଡିଜେଲ । ପଟ୍ଟାମୁଣ୍ଡାଇର ବେଲତଳ ୧୯ ନମ୍ବର ୱାର୍ଡ ଚୁନିଢିଅ ବିଶ୍ୱାସ ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହ ଶହ ଲିଟର ଡିଜେଲ ବାହାରିବା ଦେଖିବାକୁ ମିଳିଛି । ୩ ମାସ ତଳୁ ସୁଦର୍ଶନଙ୍କ ସ୍ତ୍ରୀ ଉର୍ମିଳା କୂଅରୁ ପାଣି କାଢିଲା ପରେ ସେଥିରୁ ଡିଜେଲ ବାହାରିବା ଜାଣିବାକୁ ପାଇଥିଲେ । ସେ କୂଅରେ କଣ ପଡି ଯାଇଛି ବା କିଏ ରାଗରେ କଣ ପକାଇ ଦେଇଥିବା ଭାବି ସେ କୂଅକୁ ୩ ମାସ ହେବ ଘୋଡାଇ ରଖିଥିଲେ ତେବେ ପରେ ସେ କୂଅରୁ ସବୁ ପାଣି ବାହାର କରିଦେଇଥଲେ । ଏବେ ପୁଣି ଦୈନନ୍ଦିନ ବ୍ୟବହାର ପାଇଁ ପାଣି କାଢ଼ିବାରୁ ପୁଣି ପାଣି ବଦଳରେ ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ ।

ପାଖରେ ପେଟ୍ରୋଲ ଟାଙ୍କି ଥିବାରୁ ଟାଙ୍କିର କର୍ମଚାରୀ ମାନଙ୍କୁ ପଚାରିବାରୁ ସେମାନଙ୍କର କୌଣସି ଲିକେଜ ନଥିବା ସହିତ ପେଟ୍ରୋଲ ଟାଙ୍କି ଷ୍ଟକ ଠିକ ଥିବା କହିଥିଲେ । ପରେ ଟାଙ୍କି କର୍ମକର୍ତା ମାନେ କୂଅରୁ ତେଲର ସାମ୍ପଲ ସଂଗ୍ରହ କରି ତୈଳ କମ୍ପାନୀକୁ ପଠାଇଥିଲେ । ଅନ୍ୟପଟେ ୧୯ ନମ୍ବର କାଉନସିଲର ଗୋପୀବଲ୍ଲଭ ନାୟକ ଏ ବିଷୟରେ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଏବଂ ଦମକଳକୁ ଜଣାଇବା ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସି ତଦନ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.