‘ମୋ ସ୍ୱାମୀ ପାଖରେ ବନ୍ଧୁକ ଅଛି’

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ତ୍ରୀର ଅଭିଯୋଗ ପାଇଁ ସ୍ୱାମୀକୁ ଖୋଜିବାକୁ ଯାଇଥିଲା ପୋଲିସ୍‌। ସ୍ୱାମୀକୁ ତ ବାନ୍ଧିଲା ତା ସହିତ ତା ପାଖରୁ ପାଇଲା ବନ୍ଧୁକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ସେ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

ସ୍ତ୍ରୀର ଏତଲାକୁ ଭିତ୍ତି କରି ସ୍ବାମୀ ବାସୁଦେବ ପାଖରୁ ପୋଲିସ୍‌ ବନ୍ଧୁକ ଉଦ୍ଧାର କରିଛି । ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ଶୁଭଶ୍ରୀ ନାମ୍ନୀ ଜଣେ ମହିଳା ଦୁଇ ବର୍ଷ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବାଲିକଣାର ବାସୁଦେବ ସାହୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ଅନେକ ସମୟରେ ଶୁଭଶ୍ରୀଙ୍କୁ ସ୍ବାମୀ ବାସୁଦେବ ସାହୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ସେ ଅଭିଯୋଗ କରିଥିଲେ।

HUSBAND

ଖାଲି ସେତିକି ନୁହେଁ, ବାସୁଦେବ ତାଙ୍କ ପାଖରେ ବନ୍ଧୁକ ରଖିଥିବା ପତ୍ନୀ ଏତଲାରେ ଉଲ୍ଲେଖ କରିଥିଲେ। ଏହାକୁ ଭିତ୍ତି କରି ନୟାପଲ୍ଲୀ ପୋଲିସ ବାସୁଦେବ ସାହୁ ରହୁଥିବା ବେହେରା ସାହି ଘରେ ତନଖି କରିଥିଲେ। ଏବଂ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରିଥିଲେ। ବାସୁଦେବଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.