ବିଜେଡି ପକ୍ଷରୁ ଲୋକସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ସମର୍ଥନ ଜଣାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ଆଜି ଲୋକସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍କୁ ବିଜୁ ଜନତା ଦଳ ପକ୍ଷରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସମର୍ଥନ ଜଣାଇଛନ୍ତି । ସମ୍ବିଧାନ ସଂଶୋଧନ ବିଲ୍ ଆଲୋଚନାରେ ଡ. ସାମନ୍ତ କହିଲେ ରାଜ୍ୟଗୁଡ଼ିକରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତାକୁ ଏହି ବିଲ୍ ପୁନଃକ୍ଷମ କରିବ ।

ଏଥିପାଇଁ ଦୀର୍ଘ ଦିନ ହେଲା ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକ ପକ୍ଷରୁ ଦାବି ହୋଇଆସୁଛି । ଗୋଟିଏ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ପ୍ରଭାବ ରହିଥିବା ବେଳେ ଅନ୍ୟ ରାଜ୍ୟରେ ସେମାନେ ଦାରିଦ୍ର୍ୟ ମଧ୍ୟରେ ଦିନ କାଟୁଛନ୍ତି । ତେଣୁ ଏଥିରେ ସମାନତା ଆଣିବା ପାଇଁ ଏହି ବିଲ୍ରେ ସଂଶୋଧନ ହେବା ନିହାତି ଜରୁରି ବୋଲି ମନେହୁଏ ।

ଏହା ଦ୍ୱାରା ଅନେକ ପଛୁଆବର୍ଗର ଛାତ୍ରଛାତ୍ରୀ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସୁଯୋଗ ପାଇ ପାରିବେ । ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହୋଇ ନଥିଲେ ମଧ୍ୟ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକ କ୍ଷମତା ଦିଆଯିବ । ଏହାଦ୍ୱାରା ଓଡ଼ିଶା ଭଳି ଅଧିକ ସଂଖ୍ୟକ ପଛୁଆବର୍ଗର ଲୋକ ବସବାସ କରୁଥିବା ରାଜ୍ୟଗୁଡ଼ିକୁ ସର୍ବେକ୍ଷଣ ଓ ନୀତି ପ୍ରସ୍ତୁତି କରିବା ପାଇଁ ଅନୁମତି ଦେଇପାରିବ ବୋଲି ଡ. ସାମନ୍ତ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.