୭୫ ତମ ସ୍ୱାଧୀନତା ଦିବସ : ଜମ୍ମୁ-କଶ୍ମୀର ଗୁଲମାର୍ଗରେ ୧୦୦ ଫୁଟର ତ୍ରିରଙ୍ଗା ଉଡ଼ାଇଲେ ସେନା

ଶ୍ରୀନଗର : ଆଗକୁ ଆସୁଛି ୭୫ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଆଜି କଶ୍ମୀରରେ ଉଦ୍‌ଘାଟିତ ହୋଇଛି ସବୁଠୁ ବଡ଼ ଜାତୀୟ ପତାକା । ଯାହାର ଦୀର୍ଘ ରହିଛି ୧୦୦ ଫୁଟ୍‌ ।

ଦେଶର ଏକତା ଓ ଅଖଣ୍ଡତା ପାଇଁ କାଶ୍ମୀରବାସୀଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦୀର୍ଘତମ ତ୍ରିରଙ୍ଗା ପତାକା ଉଦ୍‌ଘାଟିତ ହୋଇଛି । ଲିପ୍ଟନାଣ୍ଟ ଜେନେରାଲ ଓ୍ଵାଇ କେ ଯୋଶୀଙ୍କ ତତ୍ତ୍ୱାବଧାନରେ ଏହି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

national flag
photo credit: indiatvnews.com

ଗୁଲମାର୍ଗର ଅଦ୍ଭୁତ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଦୀର୍ଘତମ ଜାତୀୟ ପତାକାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ଗୁଲମାର୍ଗର ଏହି ସ୍ଥାନରେ ୧୯୬୫ ମସିହାରେ ପାକିସ୍ତାନ ସେନା ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।

ହେଲେ ମହମ୍ମଦ ଦିନ ନାମକ ଜଣେ ମେଶ ପାଳକ ଏ ସମ୍ପର୍କରେ ଭାରତୀୟ ସେନାଙ୍କୁ ଖବର ଦେବା ପରେ ଭାରତୀୟ ସେନା ପାକ୍‌ ସେନାଙ୍କ ଷଡଯନ୍ତ୍ରକୁ ଭଣ୍ଡୁର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.