ଇଏ ସ୍ୱାମୀ ନ ପିଶାଚ: ହତ୍ୟା ପରେ ସ୍ତ୍ରୀକୁ ପୋତି ଦେଲା, ମାଟି ଖୋଳି ଉଦ୍ଧାର ହେଲା ମୃତଦେହ

ଯୋଡ଼ା(କେନ୍ୟୁଜ୍): ହତ୍ୟା ପରେ ସ୍ତ୍ରୀକୁ ପୋତି ଦେଇଥିବା ଅଭିଯୋଗ । ମାଟି ଖୋଳି ଉଦ୍ଧାର କରାଗଲା ମୃତଦେହ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଭାଗଲପୁର ମୁଣ୍ଡାସାହିରେ ଏହି ଘଟଣା ଘଟିଛି । ମୃତକ ହେଲେ ବୁଧୁନି ମୁଣ୍ଡା । ଅଭିଯୋଗ ହୋଇଛି, ବୁଧୁନିଙ୍କୁ ସ୍ୱାମୀ ରାମ ସିଂ ମାରି ପୋତି ଦେଇଛନ୍ତି । ଏନେଇ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ମାଟି ଖୋଳି ଉଦ୍ଧାର କରିଛି ମୃତଦେହ । ରାମ ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ରାମ ସିଂ କହିଛନ୍ତି, ଗତ ମାସ ୧୫ ତାରିଖରେ ବୁଧୁନିଙ୍କ ଝୁଲନ୍ତା ମୃତଦେହ ଘର ପଛରେ ଥିବା ଗଛରେ ଥିଲା । କାହାକୁ କିଛି ନଜଣାଇ ସ୍ତ୍ରୀ ମୃତଦେହକୁ ଘର ବାଡ଼ି ପଟେ ପୋତି ଦେଇଥିଲେ ରାମ ସିଂ । ପୋଲିସ ଅଧିକ ଖୋଳତାଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.