Below header

କନ୍ଧମାଳ: ଆଶାକର୍ମୀଙ୍କୁ ହତ୍ୟା ଘଟଣା, ଜୁଆ ଖେଳକୁ ନେଇ ସ୍ୱାମୀ ସ୍ତ୍ରୀ ଦେହରେ ନିଆଁ ଲଗାଇ ଦେଇଥିଲେ

କନ୍ଧମାଳ(କେନ୍ୟୁଜ୍): ବାଲିଗୁଡା ଥାନା କତ୍ତରିଭଟା ଗାଁର ଆଶାକର୍ମୀଙ୍କୁ ହତ୍ୟା ଘଟଣା । ଆଶାକର୍ମୀ ମଞ୍ଜୁଲତା ନାଗଙ୍କୁ ତାଙ୍କ ସ୍ୱାମୀ ଭୁଲେଶ୍ୱର ଗୌଡ଼ କିରୋସିନି ଢାଳି ପୋଡି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୁଆ ଖେଳକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଭୁଲେଶ୍ୱର ମଞ୍ଜୁଲତାଙ୍କୁ ନିଆଁ ଲଗାଇ ଦେଇଥିଲେ । ପରେ ମଞ୍ଜୁଲତାଙ୍କ ଚିତ୍କାର ଶୁଣି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିଗୁଡା ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଶାକର୍ମୀଙ୍କୁ ହତ୍ୟା ନେଇ ଆଉ କଣ ରହସ୍ୟ ରହିଛି, ତାହା ତଦନ୍ତ ପରେ ଜଣାପପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.