ଜୟପୁର:ସ୍ୱାମୀ ସାଜିଲା ପିଶାଚ,ଟଙ୍କା ମାଗିବାକୁ କେନ୍ଦ୍ର କରି ନେଇଗଲା ସ୍ତ୍ରୀର ଜୀବନ

ଜୟପୁର(କେନ୍ୟୁଜ୍): ସ୍ୱାମୀ ସାଜିଲା ପିଶାଚ। ନେଲା ନିଜ ସ୍ତ୍ରୀର ଜୀବନ। ଜୟପୁର ସଦର ବ୍ରାହ୍ମଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଳିରୁ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ରମେଶ ବାଘ। ରମେଶ ସ୍ତ୍ରୀ ଡମ୍ବୁଣି ପରଜାକୁ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ସ୍ତ୍ରୀକୁ ମାରିବା ସହ ମୁଣ୍ଡରେ ଶକ୍ତ ଆଘାତ କରିଥିଲେ ରମେଶ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ନିକଟସ୍ଥ ଶ୍ମାସାନରେ ତାକୁ ପୋତି ଦେଇଥିଲେ ସ୍ୱାମୀ ରମେଶ। ଘଟଣା ସଂପର୍କରେ ଜଣା ପଡିବା ପରେ ଡମ୍ବୁଣିଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରିବା ସହ ସ୍ୱାମୀ ରମେଶ ବାଘକୁ ଅଟକ ରଖିଛନ୍ତି। କୋରାପୁଟ ଆଡିସିନାଲ ଏସ୍ପି, ଏସ୍ଡିପିଓ ଉପସ୍ଥିତ ଥିବା ବେଳେ ପାରିବାରିକ କଳହ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଅତିରିକ୍ତ ଏସ୍ପି କହିଛନ୍ତି।