ଅସ୍ତରଙ୍ଗ: ପବିତ୍ର ସମ୍ପର୍କରେ ରକ୍ତର ଛିଟା, ହତ୍ୟା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଗଲା ସ୍ୱାମୀ

ଅସ୍ତରଙ୍ଗ (କେନ୍ୟୁଜ୍): ନୃଶଂସ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ୱାମୀ। ହତ୍ୟା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ। ଅସ୍ତରଙ୍ଗ ରାଇବେରୁହାଁ ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମସମର୍ପଣ ପରେ ପୋଲିସ ଅଭିଯୁକ୍ତ ବାପି ବେଉଁରାକୁ ଗିରଫ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।