ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍କୁ ୩୧୮ ରନ୍ରେ ହରାଇ ଆଇସିସି ଟେଷ୍ଟ ଚାମ୍ପିଅନ୍ସିପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ୱେଷ୍ଟଇଣ୍ଡିଜ୍ ଆଗରେ ବିଜୟ ପାଇଁ ୪୧୯ ରନ୍ର ବିଶାଳ ଲକ୍ଷ ଦେଇଥିଲା ଭାରତ । ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦୦ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା । ଜବରଦସ୍ତ ପ୍ରଦର୍ଶନ କରିଥିବା ବୁମ୍ରା ୫ ଓ୍ଵିକେଟ୍ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ୍ ନେଇଥିଲେ । ଦୁଇଟି ଇନିଂସରେ ଚକତ୍କାର ବ୍ୟାଟିଂ କରିଥିଲେ ଅଜିଙ୍କ୍ୟ ରାହାଣେ । ପ୍ରଥମ ପାଳିରେ ୮୧ ଓ ଦ୍ୱିତୀୟ ପାଳିରେ ୧୦୨ ରନ୍ କରିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ରାହାଣେଙ୍କ ବ୍ୟାଟ୍ରୁ ଶତକ ଦେଖିବାକ ମିଳିଥିଲା । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ହନୁମା ବିହାରୀ ୯୩ ଓ ବିରାଟ କୋହଲୀ ୫୨ ରନ୍ କରିଥିଲେ । ଏହି ବିଜୟ ସହ ସହ ଭାରତ ୧-୦ରେ ସିରିଜ୍ ଆଗୁଆ ରହିଛି ।