ଟଙ୍କା ପାଇଁ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ହାତକୁ ଟେକିଦେଲା ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ୍

କଳାହାଣ୍ଡି(କେନ୍ୟୁଜ୍): ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ବିବାହ କରାଇଲା ସ୍ୱାମୀ । ସାତ ଜନ୍ମ ପାଇଁ ହାତ ଧରି ଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକ୍ରି କରିଛି। ରାଜ୍ୟ ବାହାରେ ପରପୁରୁଷକୁ ଖାଲି ସ୍ତ୍ରୀକୁ ବିକ୍ରି କରିନି, ବିବାହ ବି କରେଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ଅବିଶ୍ୱାସର ଏଭଳି ଘଟଣା ଦେଖିବାକୁ ମିଳିଛି।

ନର୍ଲା ଥାନା ଅଞ୍ଚଳର କ୍ଷୀରା ବେରୁକ ଗତ ମାସ ୩୦ତାରିଖରେ ଦାଦନ ଖଟିବାକୁ ସସ୍ତ୍ରୀକ ଦିଲ୍ଲୀ ଯାଇଥିଲେ। ଏହାର ୨ଦିନ ପରେ ସ୍ତ୍ରୀ ପୂର୍ଣ୍ଣିମା ଭୋଇକୁ ଅନ୍ୟ ଜଣେ ପୁରୁଷ ହାତରେ ଟେକି ଦେଇଥିଲା ସ୍ୱାମୀ କ୍ଷୀରା । ମୋଟା ଅଙ୍କର ଟଙ୍କା ନେଇ ନିଜ ସ୍ତ୍ରୀକୁ ପରପୁରୁଷ ସହ ବିବାହ କରାଇଦେଇଥିଲା କ୍ଷୀରା।

ଏନେଇ ପୂର୍ଣ୍ଣିମା ଗତ ୫ତାରିଖରେ ବାପା କୁଳମଣି ଭୋଇଙ୍କୁ ଫୋନ କରି ଘଟଣା ସଂପର୍କରେ ଜଣାଇଥିଲେ। ୬ତାରିଖରେ ପୂର୍ଣ୍ଣିମାଙ୍କ ବାପା କ୍ଷୀରା ନାଁରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନର୍ଲା ପୋଲିସ କ୍ଷୀରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.