ମା’ ମଙ୍ଗଳାଙ୍କ ମୁହଁ ରୁ ବାହାରୁଛି ଝାଳ

ଅଲୌକିକ ଲୀଳାର ଶକ୍ତିପୀଠ ହେଉଛି କାକଟପୁର ମା ମଙ୍ଗଳାଙ୍କ ଶକ୍ତିପୀଠ । ମା' ଏଠି ସାକ୍ଷାତ ପାଷାଣ ପ୍ରତିମା ସ୍ଵରୁପରେ ବିରାଜମାନ କରିଛନ୍ତି । ଏବେ ଗ୍ରୀଷ୍ମ ପ୍ରବାହ ରେ ମା' ଙ୍କ ପାଷାଣ ପ୍ରତିମା ରୁ ବାହାରୁଛି ବିନ୍ଦୁ ବିନ୍ଦୁ ଝାଳ । ଘୋରି ହୋଇଯାଉଛି ମା' ଙ୍କ ପାଷାଣ ବିଶ୍ରାମ ଶିଳା ।

ରାଜ୍ୟରେ ହେଉଛି ଅସହ୍ୟ ତାତି । ଆଉ ଏଇ ଗରମରେ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏମିତିକି ଏ ଖରାର ପ୍ରଭାବ ରୁ ଦେବଦେବୀ ବି ବର୍ତ୍ତୀ ନାହାନ୍ତି । ଖରା ଗରମ ଭିତରେ କାକଟପୁର ମଙ୍ଗଳା ମନ୍ଦିରରେ ଏକ ଚମତ୍କାରୀ ଘଟଣା ଦେଖିବାକୁ ମିଳିଛି । ଖରାର ଅସହ୍ୟ ତାତି ରେ ମା ମଙ୍ଗଳାଙ୍କ ପ୍ରତିମା ରୁ ଝାଳ ବାହାରୁଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ବିଶ୍ୱାସ କରିବାକୁ ପଛାଇବେ ନାହିଁ । ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ ..

ଅଲୌକିକ ଲୀଳାର ଶକ୍ତିପୀଠ ହେଉଛି କାକଟପୁର ମା ମଙ୍ଗଳାଙ୍କ ଶକ୍ତିପୀଠ । ମା’ ଏଠି ସାକ୍ଷାତ ପାଷାଣ ପ୍ରତିମା ସ୍ଵରୁପରେ ବିରାଜମାନ କରିଛନ୍ତି । ଏବେ ଗ୍ରୀଷ୍ମ ପ୍ରବାହ ରେ ମା’ ଙ୍କ ପାଷାଣ ପ୍ରତିମା ରୁ ବାହାରୁଛି ବିନ୍ଦୁ ବିନ୍ଦୁ ଝାଳ । ଘୋରି ହୋଇଯାଉଛି ମା’ ଙ୍କ ପାଷାଣ ବିଶ୍ରାମ ଶିଳା । ଓଡିଆରେ ଗୋଟେ କଥା ଅଛି “ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂରେ “ ଅର୍ଥାତ ଓଡିଆମାନେ ହେଉଛନ୍ତି ଇଶ୍ଵର ବିଶ୍ଵାସୀ | ଓଡିଆ ପରମ୍ପରା ରେ ରହିଛି ବାରମାସ ରେ ତେର ପର୍ବ । ଏଠାରେ ଅନେକ ଦେବମନ୍ଦିର ସହିତ ଶକ୍ତିପୀଠ ଦେଖିବାକୁ ପାଇବେ । ସେଥିମଧ୍ୟରୁ ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଅନ୍ଯତମ । ମଙ୍ଗଳା ମହାପୁରାଣ ଅନୁଯାଇ ମା ମଙ୍ଗଳା ହେଉଛନ୍ତି ଆଦି ଶକ୍ତି । କିମ୍ବଦନ୍ତୀ ଅନୁଯାୟୀ ୧୧୦୦ ଖୀଷ୍ଟାବ୍ଦରେ ମା ମଙ୍ଗଳାଙ୍କୁ ପ୍ରାଚୀ ନଦୀରୁ ଉଦ୍ଧାର କରଯାଇଥିଲା । ମା ମଙ୍ଗଳାଙ୍କ ପ୍ରତିମା କଳାମୁଗୁନି ପଥରରେ ତିଆରି ହୋଇଛି । ମା ଦେଖିବାକୁ ବହୁତ ସୁନ୍ଦର । ମା ଙ୍କ ବିଗ୍ରହ ର ଉଚ୍ଚତା ଛଅ ଫୁଟ ଛଇଞ୍ଚ ରହିଥିବା ବେଳେ ଓସାର ଚାରିଫୁଟ ଛଅ ଇଞ୍ଚ ରହିଛି ।

ମା ମଙ୍ଗଳାଙ୍କ ପୀଠ ରେ ଅନେକ ସମୟରେ ଚମତ୍କାର ଦେଖିବାକୁ ମିଳିଥାଏ । ନିୟମ ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ,ବଡଠାକୁର ବଳଭଦ୍ର ,ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଙ୍କ ନବକଳେବର ସମୟରେ ମା ମଙ୍ଗଳାଙ୍କ ସ୍ଵପ୍ନାଦେଶ ପରେ ହିଁ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ଦାରୁ ସନ୍ଧାନ ହୋଇଥାଏ । ସେହିଭଳି ମା ମଙ୍ଗଳା ଙ୍କ ମନ୍ଦିର କୁ ବର୍ଷର ସବୁ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ବିଶେଷ ଭାବରେ ଝାମୁଜାତ୍ରା ସମୟରେ ରେ ମନ୍ଦିର ଭିତରକୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ପାଇଁ ଲାମ୍ବା ଧାଡିରେ ଯାଇଥାନ୍ତି ।

ଖରା ଦିନରେ ମନ୍ଦିର ଭିତରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ଏବେ ଏହି ସମୟରେ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳୁଛି ମା ମଙ୍ଗଳା ମନ୍ଦିର ରେ .. । ମା ମଙ୍ଗଳାଙ୍କ ପାଷାଣ ପ୍ରତିମା ର ଦେହରୁ ବିନ୍ଦୁ ବିନ୍ଦୁ ହୋଇ ଝାଳ ବାହାରିଥିବାର ଦେଖିବାକୁ ମିଳିଛି | ମା ମଙ୍ଗଳାଙ୍କ ମୁଖମଣ୍ଡଳ ରୁ ବିନ୍ଦୁବିନ୍ଦୁ ଝାଳ ଲାଗିଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।

ମା ମଙ୍ଗଳା ପ୍ରତେକ ଦିନ ଭିନ୍ନ ଭିନ୍ନ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । କେତେବେଳେ ମୁଖ ଚନ୍ଦନ ବେଶ ତ କେତେବେଳେ ସର୍ବାଙ୍ଗ ଚନ୍ଦନ ବେଶ ତ ଆଉ କେତେବେଳେ ବିନା ବେଶରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଗ୍ରୀଷ୍ମ ସମୟରେ ଯେତେବେଳେ ମା ବିନା ବେଶରେ ସାଧାରଣ ଭାବରେ ଦର୍ଶନ ଦେଇଥାନ୍ତି ସେହି ସମୟରେ ମାଙ୍କ ମୁଖମଣ୍ଡଳ ରୁ ବିନ୍ଦୁ ବିନ୍ଦୁ ଶ୍ଵେତ ବା ଝାଳ ବାହାରୁଥିବାର ଦେଖିବାକୁ ମିଳିଥାଏ | ଏହି ଦୃଶ୍ୟ ସାଧାରଣ ଶ୍ରଦ୍ଧାଳୁ ମାନଙ୍କୁ ବିସ୍ମୟ ଲାଗୁଥିଲେ ମଧ୍ୟ ଏହା ସତ ।

ମା ମଙ୍ଗଳାଙ୍କ ପାଷାଣ ପ୍ରତିମାରୁ ଝାଳ ବାହାରୁଥିବା ବେଳେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତି ଭାବନାକୁ ଆହୁରି ସୁଦୃଢ କରିଥାଏ | ମା ମଙ୍ଗଳାଙ୍କ ମନ୍ଦିର ରେ ଏହିଭଳି ଅନେକ ଆଶ୍ଚର୍ଯ୍ୟ ଆଉ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥାଏ | ସେହିଭଳି ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ମା ମଙ୍ଗଳାଙ୍କ ବିଶ୍ରାମ ଶିଳା ! ବିଶ୍ବାସ ରହିଛି ଯେ ମହାପ୍ରଭୁ ଜଗନ୍ନାଥ ଙ୍କ ମା ହେଉଛନ୍ତି ମା ମଙ୍ଗଳା | ପ୍ରତେକ ଦିନ ମା ମଙ୍ଗଳା ପୁରୀକୁ ମହାପ୍ରଭୁ ଙ୍କୁ ଦେଖିବା ପାଇଁ ଯାଇଥାନ୍ତି ଆଉ ସେଠାରୁ ଫେରି ଥକା ମେଣ୍ଟାଇବା ପାଇଁ ମଙ୍ଗଳା ମନ୍ଦିର ର ନାଟମଣ୍ଡପ ର ବାମ ପାଖରେ ରହିଥିବା ବିଶ୍ରାମ ଶିଳାରେ ବିଶ୍ରାମ ନେଇଥାନ୍ତି | ତେଣୁ ମା ମଙ୍ଗଳାଙ୍କ ମନ୍ଦିର ଏକ ଚମତ୍କାରୀ ମନ୍ଦିର ଭାବରେ ବେଶ ପରିଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.