ବଦଳିବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତି, ଜାଣନ୍ତୁ କେମିତି ରହିବ ଢାଞ୍ଚା

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଆଉ ପୂର୍ବ ପରି ଦୁଇଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ହେବ ନାହିଁ। ଦଶମ ଶ୍ରେଣୀରେ ବର୍ଷ ଶେଷରେ ଗୋଟିଏ ପରୀକ୍ଷା ହେବ

କେନ୍ୟୁଜ୍(ବ୍ୟୁରୋ): ବଦଳିବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତି। ବୋର୍ଡ ସଭାପତି ରାମାସିସ ହାଜରାଙ୍କ ସୂଚନା। ନବମ ଏବଂ ଦଶମ ଶ୍ରେଣୀ ପାଇଁ ଆଉ ପୂର୍ବ ପରି ଦୁଇଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ହେବ ନାହିଁ। ଦଶମ ଶ୍ରେଣୀରେ ବର୍ଷ ଶେଷରେ ଗୋଟିଏ ପରୀକ୍ଷା ହେବ। ଇଣ୍ଟରନାଲ ଆସେସମେଣ୍ଟ ଯାହା ଥିଲା ସେହିପରି ରହିବ। ଚାରିଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ରହିବ। ତ୍ରୈମାସିକ ପରୀକ୍ଷା ହେବ। ଏହି ବ୍ୟବସ୍ଥା ଉଭୟ ହାଇସ୍କୁଲ ଏବଂ ମଧ୍ୟମା ପାଇଁ ଲାଗୁ ହେବ। ନବମ ଶ୍ରେଣୀର କୌଣସି ପରୀକ୍ଷା ବୋର୍ଡ କରିବ ନାହିଁ।

ଇୟର ଏଣ୍ଡ ବା ବର୍ଷ ଶେଷ ପରୀକ୍ଷା ପାଇଁ ବୋର୍ଡ କେବଳ ପ୍ରଶ୍ନ ପତ୍ର ଯୋଗାଇ ଦେବ। ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ବୋର୍ଡ ପଠାଇବ। ସେମାନେ ବିଦ୍ୟାଳୟଗୁଡିକୁ ଯୋଗାଇବେ। ସମାନତା ରକ୍ଷା ପାଇଁ ଏହିପରି ବ୍ୟବସ୍ଥା କରାଯାଇଛି। ଦଶମ ଶ୍ରେଣୀ ପାଇଁ ହାଫ ଇୟରଲୀ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ବୋର୍ଡ ସେହି ପ୍ରଶ୍ନପତ୍ର ଯୋଗାଇବ। ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା ବି ରହିବ। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକିୟା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ଜୁନ ମାସ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩  ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିବ।