ସ୍କୁଲରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ କ୍ଷତିପୂରଣ, ହାଇକୋର୍ଟରେ ଏକ ସତ୍ୟପାଠରେ ଦର୍ଶାଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ବର: ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ । ଏନେଇ ହାଇକୋର୍ଟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏକ ସତ୍ୟପାଠରେ ଦର୍ଶାଇଛନ୍ତି । ଷ୍ଟୁଡେଣ୍ଟସ ୱେଲଫେୟାର ଫଣ୍ଡରୁ ଟଙ୍କା ଦେବାର ବ୍ୟବସ୍ଥା ରହିଥିବା ହାଇକୋର୍ଟରେ ବିଚାରଧୀନ ଥିବା ଏକ ମାମଲାର ଶୁଣାଣି ସମୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟପାଠ କରିଛନ୍ତି । ୨୦୧୪ ଅକ୍ଟୋବର ୨୧ରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଇସ୍କୁଲରେ ପଢ଼ୁଥିବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରାର୍ଥନା କରି ପରିବାର ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ଗତ ୨୬ ତାରିଖରେ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସତ୍ୟପାଠରେ ଦର୍ଶାଯାଇଛି ଯେ ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ଓ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୦୧୫ ମାର୍ଚ୍ଚ ୨୫ରେ ଏସମ୍ପର୍କିତ ନୂଆ ନିୟମ କାର୍ଯ୍ୟକାରୀ କରାଯାଇଛି । ଏହି ନିୟମ ଅନୁଯାୟୀ ଯଦି ଛାତ୍ରଛାତ୍ରୀ ସ୍କୁଲରେ ଦୁର୍ଘଟଣାର ଶିକାର ହୁଅନ୍ତି, ସ୍କୁଲକୁ ଯିବା ଆସିବା ବାଟରେ କିମ୍ବା ସ୍କୁଲ ସଂକ୍ରାନ୍ତୀୟ କାର୍ଯ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.