କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଲେ ସଲମାନ୍‌ ଖାନ୍‌, ଲୀଲାବତୀ ହସ୍ପିଟାଲରେ ଲଗାଇଲେ ଟିକା

କରୋନା ଭାଇରସ୍‌ ସଂକ୍ରମଣ ଏବେ ପୁଣିଥରେ ବଢ଼ିବାରେ ଲାଗିଛି। ଏବେ ଭାଇରସ୍‌ କବ୍‌ଜାକୁ ବହୁ ସେଲିବ୍ରିଟି ବି ଆସିଲେଣି। ଗୋଟେ ପଟେ କରୋନା ବଲିଉଡ୍‌ ଷ୍ଟାରଙ୍କୁ ନିଜ ପଞ୍ଝାକୁ ନେଉଥିବା ବେଳେ ଅନ୍ୟପଟେ ସେଲିବ୍ରିଟିମାନେ କରୋନା ଟିକା ନେବା ଆରମ୍ଭ କଲେଣି। ଏହି ଧାରାରେ ଏବେ ସଲମାନ୍‌ ଖାନ୍‌ଙ୍କ ନାଁ ଯୋଡ଼ି ହୋଇଛି।

କରୋନା ଟିକା ନେଇଛନ୍ତି ଭାଇଜାନ୍‌। ବୁଧବାର ଦିନ ସଲମାନ୍‌ ମୁମ୍ବାଇର ଲୀଲାବତୀ ହସ୍ପିଟାଲକୁ ଯାଇ କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। ଏନେଇ ନିଜେ ସଲମାନ୍ ଟ୍ୱିଟ କରି ସୂଚନା ଦେଇଛନ୍ତି। ଟିକା ନେବାକୁ ଯିବା ବେଳେ ସଲମାନ୍‌ ଏକ ସାଧାରଣ ଟି-ସାର୍ଟ ଓ ଜିନ୍ସ ପିନ୍ଧିଥିଲେ। ମେଡିକାଲ ପରିସରରେ ସଲମାନ୍‌ ଖାନ୍‌ଙ୍କ ସହ ଡାକ୍ତର ଜଲିଲ ପାରକରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ସଲମାନ୍‌ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କ ପୂର୍ବରୁ ଲୀଲାବତା ହସ୍ପିଟାଲରେ ତାଙ୍କ ବାପା ସଲିମ୍‌ ଖାନ୍‌, ଦୁଇ ମା’ ସଲମା ଖାନ୍‌ ଓ ହେଲେନ୍‌, ବହିଦା ରହମାନ୍‌ ଓ ରାଜୁ ହିରାନୀ ପ୍ରମୁଖ ସେଲିବ୍ରିଟି ମଧ୍ୟ କରୋନା ଭାଇରସ୍‌ ଟିକା ନେଇଥିଲେ। କିଛି ଦିନ ପୂର୍ବରୁ ୬୧ ବର୍ଷୀୟ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ କରୋନା ଟିକା ନେଇଥିଲେ। ଟିକା ନେବା ବେଳର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.