କଟକରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ‌ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୨ ଓ ସହରର ବିଭିନ୍ନ ସ୍ଥାନରୁ ୮ ସଂକ୍ରମିତ

କଟକ: କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ । ସେମାନଙ୍କ ଭିତରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୨ ଜଣ ପଜିଟିଭ୍‌ ଅଛନ୍ତି । ଅନ୍ୟ ୮ ଜଣ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି । ରେଭେନ୍ସା କ୍ୟାମ୍ପସରୁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ ରହିଛି । ୟୁଜି ଓ ପିଜି ରେଗୁଲାର ବ୍ୟାକ୍‌ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ । ପରୀକ୍ଷା କାର୍ଯ୍ୟସୂଚୀ ନେଇ ଆଜି ବିଶ୍ୱବିଦ୍ୟାଳୟରେ ବୈଠକ ବସିବ ।

ସେହିପରି ଜିଲ୍ଲାରେ କୋଭିଡ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ଦୋଳ ମେଲଣ ପାଇଁ ଗାଇଡଲାଇନ୍‌ ଆସିଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । ଧାର୍ମିକ ଅନୁଷ୍ଠାନରେ ୨୦ରୁ ଅଧିକ ଲୋକ ଏକାଠି ହେବେନାହିଁ । ଦୋଳ ବିମାନ ସହ ସର୍ବାଧିକ ୬ ଜଣ ଯାଇପାରିବେ । ଦୋଳ ଯାତ୍ରା ସମୟରେ ଅବିର ଲଗାଇବା ମନା । ସେହିପରି ମେଲଣ ପଡ଼ିଆରେ ବାଦ୍ୟଯନ୍ତ୍ର ବଜାଇବା ଉପରେ ରୋକ୍‌ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.