Below header

ମ୍ୟୁଟେସନ୍‌ ପ୍ରକ୍ରିୟାକୁ ସରଳ ଓ ସହଜ କଲେ ରାଜ୍ୟ ସରକାର, ୭ ଦିନ ଭିତରେ ପ୍ରକ୍ରିୟା ସାରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଏବେ ସରଳ ଓ ସହଜ ହୋଇଛି ମ୍ୟୁଟେସନ୍‌ ପ୍ରକ୍ରିୟା। ୧୯୬୨ ଓଡ଼ିଶା ବନ୍ଦୋବସ୍ତ ଆଇନର ସଂଶୋଧନ କରି ମ୍ୟୁଟେସନ୍‌ ପ୍ରକ୍ରିୟାକୁ ସରଳ ଓ ସହଜ କରିଛନ୍ତି ରାଜ୍ୟ ସରକାର। ୭ ଦିନ ଭିତରେ ମ୍ୟୁଟେସନ ସାରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନିର୍ବିବାଦ ଦାଖଲ ଖାରଜ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି ନକରି ସିଧାସଳଖ ୭ଦିନ ମଧ୍ୟରେ ଦାଖଲ ଖାରଜ କରି ଜମି ପଟ୍ଟା ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦାଖଲ ଖାରଜର ୭୦ପ୍ରତିଶତ ମାମଲାରେ କୌମସି ବିବାଦ ନଥାଏ। ଜମି ମାଲିକ ଓ ଏହାର ସମସ୍ତ ଅଂଶୀଦାର ଜମି ବିକ୍ରି କବଲାରେ ଦସ୍ତଖତ କରିଥାନ୍ତି। ଏଭଳି ନିର୍ବିବାଦ ମାମଲାରେ ଜମି ମାଲିକ କିମ୍ବା ଏହାର ଅଂଶୀଦାର ମାନଙ୍କୁ କୌଣସି ନୋଟିସ ଜାରି ହେବ ନାହିଁ କି ସରଜମିନ ତଦନ୍ତର ଆବଶ୍ୟକ ନାହିଁ। ତେଣୁ ଏଭଳି ସ୍ୱାଭାବିକ କ୍ଷେତ୍ରରେ ୭ ଦିନ ମଧ୍ୟରେ ଜଦାଖଲ ଖାରଜ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପତ୍ତି ଅଭିଯୋଗ ଦାଖଲ କରିବା ପାଇଁ ସରକାର ଅପିଲ ଅବଧିକୁ ୩୦ରୁ ୧୮୦ଦିନକୁ ବଢାଇ ଦେଇଛନ୍ତି। ଅପିଲ ଅବଧିର ରେକର୍ଡ, ନକ୍ସା, ସଂଶୋଧନ କିମ୍ବା ଆଦେଶ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.