ହଜିଗଲା ମାନବିକତା: ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର

ଜଳେଶ୍ୱର : ହଜିଗଲା ମାନବିକତା । ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର । ଘରଡିହରେ ବାଡ ବସାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ବାଲେଶ୍ୱର ଜଳେଶ୍ୱର ଥାନା ଗଡସାହି ବାଲିଆପାଳରେ ଅଭାବନୀୟ ଘଟଣା । ଘର ଢିହରେ ବାଡ ବସାଇବାକୁ ନେଇ ଦେଢଶୁର ଓ ପରିବାର ସଦସ୍ୟ ଭାଇବୋହୁକୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।

ଘଟଣା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଗାଁର ଜ୍ଞାନ ରଞ୍ଜନ କରଣ ଗୋଆରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ପୂର୍ବରୁ ଜ୍ଞାନ ରଞ୍ଜନଙ୍କ ବଡଭାଇ ବିରେନ୍ଦ୍ରଙ୍କ ସହିତ ଜମିବଡି ବିବାଦକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ତେବେ ଗତକାଲି ଜ୍ଞାନ ରଞ୍ଜନଙ୍କ ସ୍ତ୍ରୀ ମଞ୍ଜୁଲତା ନିଜ ଢିହରେ ମଜୁରୀ ଦେଇ ବାଡ ଦେଉଥିବା ବେଳେ ବିରେନ୍ଦ୍ର, ତାଙ୍କ ସ୍ତ୍ରୀ ଓ ପୁଅ ଉତକ୍ଷିପ୍ତ ହୋଇ ସଞ୍ଜୁଲତାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.