ସୋସିଆଲ ମିଡିଆରୁ ଦେଖି ମୁଣ୍ଡରେ କିରୋସିନ ଛିଞ୍ଚି ଚୁଟି ସିଧା କରୁଥିଲା ବାଳକ, ନିଆଁ ଲାଗି ଚାଲିଗଲା ଜୀବନ

କେରଳର ଥିରୁଭନନ୍ତପୁରମ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର ବେଙ୍ଗନୁର ଅଞ୍ଚଳରେ ଚୁଟି ସିଧା କରିବା ଚକ୍କରରେ ଏକ ବାଳକର ଜୀବନ ଚାଲିଯାଇଛି। ପିଲାଟିର ବୟସ ୧୨ ବର୍ଷ ଥିଲା। ସେ କିରୋସିନ୍‌ ତେଲକୁ ମୁଣ୍ଡରେ ଲଗାଇ ଚୁଟି ସିଧା କରିବାକୁ ଚେଷ୍ଟା କରୁଥିବା ବେଳେ ତାର ମୃତ୍ୟୁ ହୋଇଛି। ଅଭିଯୋଗ ମୁତାବକ ସେ ସୋସିଆଲ ମିଡିଆରୁ ଦେଖି ଏଭଳି ଚେଷ୍ଟା କରୁଥିଲା।

ପୋଲିସର ସୂଚନା ଅନୁଯାୟୀ, ମୃତକର ନାମ ଶିବ ନାରାୟଣ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲା। ମଙ୍ଗଳବାର ଦିନ ସେ ଚୁଟିରେ କିରୋସିନି ତେଲ ଛିଞ୍ଚି ଦିଆସିଲି ମାରି ଚୁଟି ସିଧା କରିବାକୁ ଚେଷ୍ଟା କରୁଥିଲା। ମାତ୍ର ନିଆଁ ଲାଗିଯିବାରୁ ତାର ମୁଣ୍ଡର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିଲା। ପରିବାର ଲୋକେ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ ବି ସେଠାରେ ତା’ର ମୃତ୍ୟୁ ଘଟିଛି।

ପରିବାର ଲୋକ କହିଛନ୍ତି, ଶିବ ନାରାୟଣ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାଉଥିଲା। ସେଥିରେ ହିଁ ସେ କିରୋସିନି ତେଲ ଛିଞ୍ଚି ମୁଣ୍ଡରେ ନିଆଁ ଲଗାଇ ଚୁଟି ସିଧା କରିବା ଦେଖିଥିଲା। ମଙ୍ଗଳବାର ଘରେ କେହି ନଥିଲେ କେବଳ ଜେଜେମା ହିଁ ଘରେ ଥିଲେ। ଏହି ସମୟରେ ସେ ବାଥରୁମ୍‌ରେ ଏଭଳି ନିଜ ଚୁଟି ସିଧା କରୁଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏଥିରେ ତା’ର ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.