ବହିଷ୍କୃତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ (କେ ନ୍ୟୁଜ):  ଟାଟାରେ ନିଯୁକ୍ତି ଠକେଇ ମାମଲାରେ ବହିଷ୍କୃତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଗୋଳନ୍ଥରା ଥାନା ମାମଲାରେ ମିଳିଲା ଜାମିନ । ୨ ଲକ୍ଷ ଟଙ୍କା ଲେଖାଏଁ ସହ ଦୁଇ ଜଣ ଜାମିନଦାରଙ୍କ ଦ୍ୱାରା ସେ ଜାମିନରେ ଯାଇପାରିବେ ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ମାମଲାରେ ଜାମିନ ପାଇଥିଲେ ଅଭୟକାନ୍ତ । ଏବେବି ଗୋଳନ୍ଥରାରେ ତାଙ୍କ ନାଁରେ ଆଉ ଏକ ମାମଲା ରହିଛି । ଯେଉଁ ମାମଲାରେ ତାଙ୍କୁ ଏବେବି ଜାମିନ ମିଳିନାହିଁ । ତେଣୁ ଅଭୟକାନ୍ତ ବର୍ତ୍ତମାନ ଜେଲରୁ ମୁକୁଳିପାରିବେନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.