ସମ୍ବଲପୁର ଆଇଆଇଏମ୍ର ହେବ ନିଜସ୍ୱ କ୍ୟାମ୍ପସ୍, NBCC ସହ ଆଇଆଇଏମ୍ ସମ୍ବଲପୁରର ଚୁକ୍ତି ସ୍ୱାକ୍ଷରିତ
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଆଇଆଇଏମ୍ର ହେବ ନିଜସ୍ୱ କ୍ୟାମ୍ପସ୍ । ୨୦୨୧ ଡିସେମ୍ବର ସୁଦ୍ଧା ସମ୍ବଲପୁର ବସନ୍ତପୁରରେ ଆଇଆଇଏମ୍ କ୍ୟାମ୍ପସ୍ ନିର୍ମାଣ ହେବ । ଏନେଇ ଜାତୀୟ ସଂସ୍ଥା ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକସନ୍ କର୍ପୋରେସନ୍ ବା ଏନ୍ବିସିସି ସହ ଆଇଆଇଏମ୍ ସମ୍ବଲପୁର ଚୁକ୍ତି ସ୍ୱାକ୍ଷରିତ କରିଛି । ୪୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି କନଷ୍ଟ୍ରକସନ୍ କାମ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ଏଥିପାଇଁ ବସନ୍ତପୁରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଶହ ଏକର ଜମି ଯୋଗାଇ ଦିଆଯାଇଛି । କୋଣାର୍କ ମନ୍ଦିରର ଚାରୁକଳା, ସମ୍ବଲପୁରୀ କଳା ସଂସ୍କୃତି ଏଥିରେ ସ୍ଥାନ ପାଇବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।