ପଠାଣୀସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର, ଇସ୍ରୋ ସହଭାଗିତାରେ ଗ୍ରହ ଓ ଉପଗ୍ରହ ଜନିତ ପ୍ରଦର୍ଶନୀ କକ୍ଷ ହେବ ନିର୍ମାଣ

ଭୁବନେଶ୍ୱର(କେନ୍ୟୁଜ୍): ପଠାଣୀସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର । ୪ଟି ନୂଆ ପ୍ରକଳ୍ପ ଏବେ କାର୍ଯ୍ୟକାରୀ କରାଯିବ । ବନ୍ଦ ପଡିଥିବା ଲାଇଟ୍‌ ସାଉଣ୍ଡ ସୋ ସହ ଭାଙ୍ଗି ଯାଇଥିବା ବିଭିନ୍ନ ଉପକରଣକୁ ନୂଆ ରୂପ ଦିଆଯିବ । ପ୍ଲାନେଟାରିୟମରେ ଇସ୍ରୋ ସହାୟତାରେ ଏକ ପ୍ରଦର୍ଶନୀ କକ୍ଷ ମଧ୍ୟ ନିର୍ମାଣ ହେବ । ଏହି କକ୍ଷରେ ମଙ୍ଗଳାୟନ, ଚନ୍ଦ୍ରାୟନର କିଛି ମଡେଲ ପ୍ରଦର୍ଶନ କରାଯିବ । ଏହା ଦ୍ୱାରା ମଙ୍ଗାଳୟାନ ଓ ଚନ୍ଦ୍ରାୟନ ସହିତ ଜଡିତ ବିଭିନ୍ନ ତଥ୍ୟ ଛାତ୍ରଛାତ୍ରୀ ପାଇପାରିବେ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଇସ୍ରୋ ସହଭାଗିତାରେ ଏଭଳି ଗ୍ରହ ଓ ଉପଗ୍ରହ ଜନିତ ପ୍ରଦର୍ଶନୀ କକ୍ଷ ନିର୍ମାଣ କରାଯାଉଛି । ୨୦୦୬ ମସିହାରେ ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହୋଇଥିବା ବେଳେ ଏବେ ତାହାକୁ ନୂଆ ରୂପ ଦିଆଯିବ । ଏନେଇ ପାଖାପାଖି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.