Below header

ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ ଗୋଦାମ ଉପରେ କମିଶନରେଟ୍‌ ପୋଲିସର ରେଡ୍: ୧୦ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ, ୩ ଅଟକ

ଜଗତପୁର: ପୁଣି ବେଆଇନ୍ ବାଣ ଗୋଦାମରେ ରେଡ୍‌। ବେଆଇନ ଭାବେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଅଞ୍ଚଳରେ ଚଢାଉ କରିଛି କମିଶନରେଟ୍‌ ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି।

ଜବତ ବାଣର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ। ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଦୁଇ ଦିନ ତଳେ ଖାନନଗରରେ ରେଡ୍‌ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଥିଲା। ଚଳିତ ବର୍ଷ ମହାମାରୀ କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.