ଜାଣନ୍ତୁ, ଦଶହରାର ଠିକ୍‌ ୨୧ ଦିନ ପରେ ହିଁ କାହିଁକି ପଡ଼େ ଦୀପାବଳି, ବିଶ୍ୱାସ ହେଉନଥିଲେ ଦେଖନ୍ତୁ କ୍ୟାଲେଣ୍ଡର

ପ୍ରତିବର୍ଷ ଦଶହରାର ଠିକ୍‌ ୨୧ ଦିନ ପରେ ହିଁ ଦୀପାବଳି କାହିଁକି ପଡ଼େ? ଏ ବିଷୟରେ କେବେ ଆପଣ ଚିନ୍ତା କରିଛନ୍ତି କି! ବିଶ୍ୱାସ ହେଉନଥିଲେ ଥରେ କ୍ୟାଲେଣ୍ଡର ଚେକ୍‌ କରି ନିଅନ୍ତୁ। ରାମାୟଣରେ ବାଲ୍ମିକୀ ଋଷି ଲେଖିଛନ୍ତି ପ୍ରଭୁ ଶ୍ରୀରାମଙ୍କୁ ନିଜ ପୂରା ସେନା ସହ ଶ୍ରୀଲଙ୍କାରୁ ଅଯୋଧ୍ୟା ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଆସିବାକୁ ୨୧ ଦିନ ବା ୫୦୪ ଘଣ୍ଟା ଲାଗିଥିଲା।

୫୦୪ ଘଣ୍ଟାକୁ ୨୪ ଘଣ୍ଟାରେ ହରଣ କଲେ ଉତ୍ତର ୨୧ ଆସୁଛି ଅର୍ଥାତ୍‌ ୨୧ ଦିନ। ଆପଣ ଗୁଗଲ ମ୍ୟାପ୍‌ରେ ବି ସର୍ଚ୍ଚ କରି ଜାଣିପାରିବେ ଯେ ଶ୍ରୀଲଙ୍କାରୁ ଅଯୋଧ୍ୟାର ଦୂରତା ୩୧୪୫ କିଲୋମିଟର ଦେଖାଉଛି ଓ ଏଥିପାଇଁ ଯିବାକୁ ୫୦୪ ଘଣ୍ଟା ହିଁ ଶୋ’ କରୁଛି। ବର୍ତ୍ତମାନ ସମୟରେ ଗୁଗଲ ମ୍ୟାପ୍‌ ସମ୍ପୂର୍ଣ୍ଣ ବିଶ୍ୱସନୀୟ ଥିବାରୁ ଏହାକୁ ବିଶ୍ୱାସ କରିପାରିବେ।

lord-ram

ଆମେ ଭାରତୀୟମାନେ ଦଶହରା ଓ ଦୀପାବଳି ଉତ୍ସବକୁ ତ୍ରେତୟାଯୁଗରୁ ପାଳନ କରି ଆସୁଛୁ। ସମୟର ଏହି ଗଣିତକୁ ଆପଣ ବିଶ୍ୱାସ କରିନପାରନ୍ତି, କିନ୍ତୁ ଏହା ସତ। ଆପଣ ଗୁଗଲରେ ଏହାକୁ ସର୍ଚ୍ଚ କରି ସତ୍ୟତା ଜାଣିପାରିବେ।

ବାଲ୍ମିକୀ ଋଷି ଶ୍ରୀରାମଙ୍କ ଜନ୍ମର ବହୁ ପୂର୍ବରୁ ରାମାୟଣ ରଚନା କରିସାରିଥିଲେ। ତାଙ୍କ ଭବିଷ୍ୟବାଣୀ ଓ ଆଗକୁ ହେବାକୁ ଥିବା ଘଟଣାର ବର୍ଣ୍ଣନା କେତେକ ସଠିକ୍‌ ତାହା ଆପଣ ଏଇଥିରୁ ହିଁ ଅନୁମାନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.