ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ

କଟକ: ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର। ବିଶ୍ୱାସ ରହିଛି କାର୍ତ୍ତିକ ମାସ ସୋମବାରରେ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ।

କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବିନା ଭକ୍ତଙ୍କ ଗହଳିରେ ପୂଜା ପାଉଛନ୍ତି ବାବ। ରୀତିନୀତି ଅନୁଯାୟୀ ସକାଳ୪ଟାରୁ ପହଡ ଖୋଲାଯାଇ ୧୦୮ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.