ଖାଦ୍ୟ ସୁରକ୍ଷା ପଡିକାର୍ଡ ସମ୍ପର୍କିତ ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତା ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଖାଦ୍ୟ ସୁରକ୍ଷା ପଡିକାର୍ଡ ସମ୍ପର୍କିତ ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଟୋଲ ଫ୍ରି ନମ୍ବର ଷ୍ଟେଟ୍‌ ଫୁଡ୍‌ କମିଶନଙ୍କ େଓ୍ଵବସାଇଟରେ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ରହିଛି ।

ଏହାପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶନାମା ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଦାଲତ । ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ପାଇଁ ଗ୍ରାମ୍ୟ କମିଟି ଗଠନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଗଞ୍ଜାମ, କନ୍ଧମାଳ, ଢେଙ୍କାନାଳ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରେ ଏହି କମିଟି କରାଯାଇଛି ।

ଅନ୍ୟ ୨୫ ଟି ଜିଲ୍ଲାରେ ନଭେମ୍ବର ୧ସୁଦ୍ଧା ଏହି କମିଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଦ୍ୱାରା ଆଗତ ଏକ ରିଟ୍‌ ପିଟିସନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.