୩୦ ଅଗଷ୍ଟରୁ ବନ୍ଦ ହୋଇଯିବ ଇନଷ୍ଟାଗ୍ରାମର ସ୍ୱାଇପ୍ ଅପ୍ ଫିଚର, ବଦଳରେ ମିଳିବ ନୂଆ ସୁବିଧା

ଇନଷ୍ଟାଗ୍ରାମ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯଦି ଆପଣ ଇନଷ୍ଟାଗ୍ରାମ ୟୁଜ୍ କରନ୍ତି ତେବେ ଆପଣ ସ୍ୱାଇପ୍ ଅପ୍ ଫିଚର୍ ବ୍ୟବହାର କରୁଥିଲେ । ଏହି ଫିଚର ଇନଷ୍ଟାଗ୍ରାମ ଷ୍ଟୋରିଜରେ ଦେଖିବାକୁ ମିଳିଥାଏ ଯେଉଁଠି ଆପଣ ସ୍ୱାଇପ୍ ଅପ୍ କରି ଷ୍ଟୋରୀରେ ଦିଆଯାଇଥିବା ଲିଙ୍କକୁ ଯାଇଥାନ୍ତି । ଏହି ଫିଚରକୁ ସାଧାରଣତଃ କଣ୍ଟେଣ୍ଟ୍ କ୍ରିଏଟର୍ସ ଓ କମ୍ପାନୀମାନେ ବ୍ୟବହାର କରିଥାନ୍ତି । ଏମିତି କରି ସେମାନେ ଷ୍ଟୋରରୁ ଡାଇେରକ୍ଟ ୟୁଜର୍ସଙ୍କୁ ନିଜ ୱେବସାଇଟରେ ରିଡାଇରେକ୍ଟ କରିଥାନ୍ତି ଏବଂ ସେଠାରୁ ୟୁଜର୍ସ ସାମଗ୍ରୀ କ୍ରୟ କରିପାରିଥାନ୍ତି ।

୩୦ ଅଗଷ୍ଟରୁ ଇନଷ୍ଟାଗ୍ରାମ ଏହି ଫିଚର ହଟାଇବ । ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁସାରେ ଯେଉଁ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଖରେ ସ୍ୱାଇପ୍ ଅପ୍ ଲିଙ୍କ୍ସର ଅପ୍ସନ ରୁହେ ଏବେ ସେମାନେ ଲିଙ୍କ ଷ୍ଟୋରେଜ୍ ଷ୍ଟିକର ବ୍ୟବହାର କରିବେ । ଆପ୍ ରିସର୍ଚ୍ଚର Jane Manchun wong ଇନଷ୍ଟାଗ୍ରାମର ଏହି ନୂଆ ଫିଚରର ସ୍କ୍ରିନସଟ୍ ସେୟାର କରିଛି । ଲିଙ୍କ ଷ୍ଟିକର୍ସ ନାମକ ଏହି ଫିଚର ସ୍ୱାଇପ୍ ଅପ୍ ଲିଙ୍କ୍ସ ଭଳି କାମ କରିବ କିନ୍ତୁ ଏହାର ପ୍ରେଞ୍ଜେଟେସନ ସାମାନ୍ୟ ଅଲଗା ହେବ ।

ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ ଏହି ଫିଚରର ଟେଷ୍ଟିଂ ଜୁନରୁ ହେବ । ବର୍ତ୍ତମାନ କିଛି ୟୁଜର୍ସଙ୍କୁ ଏହି ଫିଚର ଟେଷ୍ଟିଂ ପାଇଁ ଦିଆଯାଇଛି । କିନ୍ତୁ ଅଗଷ୍ଟର ଶେଷ ସୁଦ୍ଧା ଏହି ଫିଚର କମ୍ପାନୀ ଧିରେ ଧିରେ ଅଧିକ ୟୁଜର୍ସଙ୍କୁ ଦେବ । ୩୦ ଅଗଷ୍ଟରେ ସ୍ୱାଇପ୍ ଅଫ୍ ଲିଙ୍କ୍ସ ଫିଚର ସମାପ୍ତ ହୋଇଯିବ । ସ୍ୱାଇପ୍ ଅପ୍ ଲିଙ୍କ ଫିଚର ସମାପ୍ତ ହେବା ପର୍ଯ୍ୟନ୍ତ ଏହି ନୂଆ ଷ୍ଟିକର ଲିଙ୍କ ଫିଚର ସମସ୍ତଙ୍କ ପାଇଁ ଜାରି କରାଯିବ । ତେବେ ଲିଙ୍କ ଷ୍ଟିକର୍ସ ସମସ୍ତ ୟୁଜର୍ସଙ୍କୁ ମିଳିବନି । ଏହା ସେହି ୟୁଜର୍ସଙ୍କୁ ମିଳିବ ଯାହାର ଅଧିକ ଫଲୋର୍ସ ଥିବ ଏବଂ ଆକାଉଣ୍ଟ ଭେରିଫାଏଡ୍ ହୋଇଥିବ । ଲିଙ୍କ ଷ୍ଟିକର୍ସର ଫାଇଦା ସମ୍ପର୍କରେ କହିବା ତ କ୍ରିଏଟର୍ସ ଏଠାରୁ ଅଲଗା ଷ୍ଟାଇଲ୍ ଚୟନ କରିପାରିବେ । ନିଜ ଅନୁସାରେ ଷ୍ଟାଇଲ୍ ଚୟନ କରି ଷ୍ଟୋରେଜରେ ଲିଙ୍କ୍ ଆଡ୍ କରି ପାରିବେ ଯାହା ଷ୍ଟିକର୍ସ ଭଳି ଦେଖାଯିବ ।

ଷ୍ଟିକର୍ସକୁ ଛୋଟ ବା ବଡ କରିହେବ । ଷ୍ଟାଇଲ୍ ସିଲେକ୍ଟ କରି ୟୁଜର୍ସ ଏହାକୁ ଷ୍ଟୋରୀରେ କେଉଁଠି ବି ପ୍ଲେସ୍ କରିପାରିବେ । ଯେଉଁ ୟୁଜର୍ସ ଏହି ଷ୍ଟିକର୍ସକୁ ଦେଖିବେ ସେମାନେ ସେଠାରେ ଟ୍ୟାପ୍ କରି ଡାଇରେକ୍ଟ ୱେବସାଇଟକୁ ଯାଇପାରିବେ । ରିଆକ୍ଟ କରିବାର ଅପ୍ସନ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.